ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା, ୧୦୦ କୋଟି ଡୋଜ୍ ପାଇଁ ଦେଲେ ଆଡଭାନ୍ସ ଅର୍ଡର

ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଚଳିତ ମାସରେ ୧୦୦ କୋଟି ଭ୍ୟାକ୍ସିନ ଡୋଜ୍ ପାଇଁ ଅର୍ଡର ଦିଆଯାଇଛି। ଦେଶରେ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ। ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରତିଦିନ ଭ୍ୟାକ୍ସିନର ୩୦ ଲକ୍ଷ ଡୋଜ୍ ଦିଆଯାଉଛି।

ରିପୋର୍ଟ ମୁତାବକ, ସରକାରଙ୍କ ଆଗାମୀ ଟାର୍ଗେଟ ଦିନକୁ ୧ କୋଟି ଡୋଜ୍ ଦେବା। ଟିକାକରଣ ପାଇଁ ନୂଆ ଗାଇଡଲାଇନ୍ ମଧ୍ୟ ତିଆରି ହୋଇଛି। ନୀତି ଆୟୋଗର ସଦସ୍ୟ ବିକେ ପଲ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସରକାର ଭାରତ ବାୟୋଟେକ୍ ଓ ସିରମ୍ ଇନଷ୍ଟିଚ୍ୟୁଟକୁ ୪୪ କୋଟି ଭ୍ୟାକ୍ସିନ ପାଇଁ ଅର୍ଡର ଦେଇଛନ୍ତି। ଏହି ଭ୍ୟାକ୍ସିନ ଅଗଷ୍ଟ ଓ ଡିସେମ୍ବର ମଧ୍ୟରେ ସପ୍ଲାଏ ହେବ। ସମସ୍ତ ୧୮-୪୪ ବର୍ଷୀୟ ଲୋକଙ୍କ ଟିକା କରଣ ଯେଭଳି ସୁରୁଖୁରୁରେ ହେବ ସେଥିପାଇଁ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.