ଫେରାର ନିତ୍ୟାନନ୍ଦଙ୍କ ଅଦ୍ଭୁତ ଦାବି, କହିଲେ- ‘ମୁଁ ଭାରତ ମାଟିରେ ପାଦ ଦେଲେ କରୋନା ପଳେଇବ’

ଏବେ ଦେଶ କରୋନା ମହାମାରୀ ସହ ଲଢ଼ୁଛି। ତେବେ ବର୍ତ୍ତମାନ ସଂକ୍ରମଣ ଟିକେ କମୁଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଆତ୍ମଘୋଷିତ ସନ୍ଥ ନିତ୍ୟାନନ୍ଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ କହୁଛନ୍ତି ଯେ ସେ ଯେତେବେଳେ ଭାରତ ମାଟିରେ ପାଦ ଦେବେ ସେତେବେଳେ ଦେଶରେ କରୋନା ସଂକ୍ରମଣ କମିବ।

କିଛି ଦିନ ତଳେ ଜାରି କରାଯାଇଥିବା ଏହି ଭିଡିଓରେ ନିତ୍ୟାନନ୍ଦଙ୍କର ଜଣେ ଶିଷ୍ୟ ପ୍ରଶ୍ନ କରୁଛନ୍ତି ଯେ ଭାରତରୁ କରୋନା କେବେ ଯିବ। ଏହାର ଜବାବରେ ନିତ୍ୟାନନ୍ଦ କହୁଛନ୍ତି, ଦେବୀ ‘ଅମ୍ମାନ’ ତାଙ୍କ ଆଧ୍ୟାତ୍ମିକ ଶରୀରରେ ପ୍ରବେଶ କରିସାରିଛନ୍ତି। କରୋନା ଭାରତରୁ ସେତେବେଳେ ଯିବ, ଯେତେବେଳେ ସେ ଭାରତ ମାଟିରେ ପାଦ ରଖିବେ। ନିତ୍ୟାନନ୍ଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ସୂଚନାଯୋଗ୍ୟ ଯେ ଆତ୍ମଘୋଷିତ ସନ୍ଥ ନିତ୍ୟାନନ୍ଦଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲାଗିଛି। ୨୦୧୯ରେ ସେ ଭାରତ ଛାଡ଼ି ଫେରାର ହୋଇଯାଇଥିଲେ। ଏବେ ସେ ଦାବି କରୁଛନ୍ତି ଯେ ସେ ଏକ ଭର୍ଚୁଆଲ ଆଇଲ୍ୟାଣ୍ଡ ତିଆରି କରିଛନ୍ତି, ଯାହାର ନାଁ ଦେଇଛନ୍ତି କୈଳାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.