Below header

ଗାଧୋଉଥିବା ବେଳେ ଘଟିଗଲା ଅଘଟଣ, ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ସଂପର୍କୀୟ ଭଉଣୀ

ବାସୁଦେବପୁର(କେ ନ୍ୟୁଜ): ଗାଧୋଉଥିବା ବେଳେ ଘଟିଗଲା ଅଘଟଣ । ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ସଂପର୍କୀୟ ଭଉଣୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହ ପଞ୍ଚାୟତରେ ଘଟିଛି ଏଭଳି ଅଘଟଣ। ବ୍ରଜାନନ୍ଦପୁର ଗାଁର ଦୁଇ ନାବାଳିକା ସଂପର୍କୀୟ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ।

ବହୁ ସମୟ ଧରି ସେମାନେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ପୋଖରୀରେ ସେମାନଙ୍କ ମୃତଦେହ ଭାସୁଥିବା ଦେଖି ଉଭୟଙ୍କୁ ଉଦ୍ଧାର କରିବା ସହ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.