କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

ନୂଆଦିଲ୍ଲୀ(କେ ନ୍ୟୁଜ):  ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି । ଦୀର୍ଘ ତିନି ଦଶନ୍ଧି ଧରି କଂଗ୍ରେସ ସହ ଜଡ଼ିତ ରହିବା ପରେ ଅନେକ ଚିନ୍ତା କରି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିତିନ ପ୍ରସାଦ। ବିଜେପି କେବଳ ଏକମାତ୍ର ଜାତୀୟ ଦଳ ଭାବେ କାର୍ଯ୍ୟ କରୁଛି । ଅନ୍ୟ ଦଳମାନେ ଆଞ୍ଚଳିକ ଦଳ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଜିତିନ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ ରାହୁଲ ଗାନ୍ଧିଙ୍କ ଅନ୍ୟତମ ଘନିଷ୍ଠ ଥିଲେ ଜିତିନ ପ୍ରସାଦ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ବିଜେପିରେ ଯୋଗଦାନ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ହଲଚଲ ବୋଲି କୁହାଯାଇଛି। ୨୦୧୯ରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜାରି ରହିଥିଲା। ଏପରିକି ଦଳରେ ପରିବର୍ତ୍ତନ ସହ କଠୋର ନିଷ୍ପତ୍ତି ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ ନେଇ ସୋନିଆ ଗାନ୍ଧିଙ୍କୁ ଦଳର ବରିଷ୍ଠ ୨୩ ଜଣ ଲେଖିଥିବା ଚିଠିର ଜି-୨୩ ନେତାଙ୍କ ମଧ୍ୟରେ ଥିଲେ ଜିତିନ ପ୍ରସାଦ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.