ଆପଣଙ୍କ ଜୀବନରେ ମଧୁରତା ଭରି ଦେବ ଚିନି, ଏମିତି ହିଁ ଉପାୟରେ କରନ୍ତୁ ବ୍ୟବହାର; ସବୁ କ୍ଲେଶ ହୋଇଯିବ ଦୂର

ଚା’ କିମ୍ବା କୌଣସି ମିଠା ଜିନିଷ ତିଆରି କରିବାରେ ଚିନି ବ୍ୟବହୃତ ହୋଇଥାଏ। ଚିନି ବିନା ଚା’ ବିଲକୁଲ ଭଲ ଲାଗେ ନାହିଁ। ଖାଦ୍ୟରେ ମିଠାପଣ ଆଣିବା ବ୍ୟତୀତ ଚିନି ଜୀବନରେ ମଧ୍ୟ ଅନେକ ମଧୁରତା ଆଣି ଦେଇଥାଏ। ଆଜି ଆମେ ଆପଣଙ୍କୁ ଚିନି ସହ ଜଡିତ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଜୀବନରେ ଚିନି ଭଳି ମଧୁରତା ଭରିଯିବ। ଆସନ୍ତୁ ଜାଣିବା ଚିନିର ଉପାୟ ବିଷୟରେ।

ପିତୃ ଦୋଷରୁ ମୁକ୍ତି: ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଅଟାରେ ଚିନି ମିଶାଇ ରୁଟି ପ୍ରସ୍ତୁତ କରନ୍ତୁ ଏବଂ ଏହି ରୁଟିକୁ କାଉମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିବ ଏବଂ ଘରେ ସୁଖ, ଶାନ୍ତି ସର୍ବଦା ବଜାୟ ରହିବ।

ରାହୁ ଦଶା ମଜବୁତ କରିବା ପାଇଁ: ଜାତକରେ ରାହୁ ଦଶାକୁ ମଜଭୁତ କରିବା ପାଇଁ ଏକ ଲାଲ ରଙ୍ଗର କପଡ଼ାରେ ଅଳ୍ପ ଚିନି ନେଇ ବାନ୍ଧି ଦିଅନ୍ତୁ। ଏହାପରେ ଏହାକୁ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ରଖି ନିଅନ୍ତୁ। ଏମିତି କିଛି ଦିନ ପର୍ଯ୍ୟନ୍ତ ଲଗାତାର ଭାବେ କରନ୍ତୁ।

ଗୁଡ୍‌ ଲକ ପାଇଁ ଏହି ଉପାୟ କରନ୍ତୁ: କୌଣସି ଏକ ତମ୍ବା ପାତ୍ରରେ ଚିନି ଓ ପାଣି ମିଶାଇ ରଖନ୍ତୁ ଏବଂ ଘରୁ ବାହାରିବା ପୂର୍ବରୁ ଏହାକୁ ପିଅନ୍ତୁ। ଯଦି ଆପଣ ଜଣେ ଛାତ୍ର, ତେବେ ପରୀକ୍ଷା ପାଇଁ ଯିବା ପୂର୍ବରୁ ଏହାକୁ ନିଶ୍ଚିତ ଭାବରେ କରନ୍ତୁ।

ଶନି ଦେବଙ୍କୁ ଖୁସି କରିବା ପାଇଁ: ଶନି ଦେବଙ୍କୁ ଖୁସି କରିବା ପାଇଁ ଚିନି ଗୁଣ୍ଡ ଏବଂ ନଡ଼ିଆ କୋରାକୁ ମିଶାଇ ପିମ୍ପୁଡ଼ିମାନଙ୍କୁ ଖାଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କ କୃପା ଆମ ଉପରେ ରହିଥାଏ। ଏତଦ୍‌ ବ୍ୟତୀତ ଯେତେବେଳେ ବି ଆପଣଙ୍କୁ ଥକ୍କାପଣ ଅନୁଭବ ହେବ, ତ ଚିନିରେ ପ୍ରସ୍ତୁତ ଜିନିଷ ସେବନ କରନ୍ତୁ। ଏହା ଶରୀରରେ ସୁଗାର ମାତ୍ରାକୁ ଠିକ କରି ନୂଆ ଶକ୍ତି ଜାଗ୍ରତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.