ୟସଙ୍କ କେଜିଏଫକୁ ପଛରେ ପକାଇଲା ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା, ଧମାଲ ମଚାଉଛି ଫିଲ୍ମ

ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଜବରଦସ୍ତ ପରଫରମାନ୍ସ ଦେଖାଇଛି ।

puspaଫିଲ୍ମର ପ୍ରମୋସନ ସମୟରେ କ୍ରିଟିକ୍ସ ଏହା ଉପରେ ଖାସ୍‌ ଧ୍ୟାନ ଦେଉନଥିଲେ। କିନ୍ତୁ ଏହି ଫିଲ୍ମ ଏବେ ସୁପରଷ୍ଟାର ୟସଙ୍କ ‘କେଜିଏଫ ଚ୍ୟାପ୍ଟ-୧’ ଠାରୁ ବି ବହୁତ ଭଲ ପ୍ରଦର୍ଶନ କରିଛି।ଜଣାପଡୁଛି ତାହା କେଜିଏଫ୍କୁ ଆଗମୀ ଦିନରେ ତାର ରେକର୍ଡ ଭାଙ୍ଗିପାରେ ।

kjfରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଫିଲ୍ମଟି ଏପର୍ଯ୍ୟନ୍ତ ୨୦.୧୪ କୋଟିର ଆୟ କରିସାରିଲାଣି । ଯାହାକି ‘କେଜିଏଫ’ ଏହାର ସଂପୂର୍ଣ୍ଣ ଆୟ ମଧ୍ୟରେ ୪୪.୦୯ କୋଟି ରହିଥିଲା । ତେବେ ଆଗାମୀ ଦିନରେ ଏହା ‘କେଜିଏଫ’କୁ ସଂପୂର୍ଣ୍ଣ କଲେକ୍ସନରେ ପଛରେ ପକାଇବା ନେଇ ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.