ଅଶୁଭ ହୋଇଥାଏ ଏମିତି ଘର, ଘର କିଣିବା କିମ୍ବା ତିଆରି ପୂର୍ବରୁ ଯାଞ୍ଚ କରି ନିଅନ୍ତୁ ଏମିତି କଥା

କୁହାଯାଏ ଘରର ବାସ୍ତୁ ଦୋଷ ରହିଲେ ଘରର ଉନ୍ନତି ହୁଏନି । ବରଂ ଏହା ପରିବାରକୁ ଆଗେଇବାକୁ ଦିଏନି । ବେଳେ ବେଳେ ଏହା ବ୍ୟକ୍ତିର ସୌଭାଗ୍ୟକୁ ଦୁର୍ଭାଗ୍ୟରେ ବଦଳାଇ ଦେଇଥାଏ । ସେଥିପାଇଁ ଘର କିଣିବା କିମ୍ବା ତିଆରି ପୂର୍ବରୁ ନିଶ୍ଚିତ ଭାବେ ବାସ୍ତୁ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ କଥା । ଆସନ୍ତୁ ଜାଣିବା ଲାଲ୍‌ କିତାବରେ ଦିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା ।

୧. କେବେ ବି ଦକ୍ଷିଣ ମୁଖୀ ଘର ନିଅନ୍ତୁ ନାହିଁ । ଯଦି ଏପରି ଘର ନେଇଯାଇଛନ୍ତି । ତେବେ ଏହାର ମୁଖ୍ୟ ଦ୍ୱାରକୁ ବଦଳାଇ ଉତ୍ତର କିମ୍ବା ପୂର୍ବ ମୁଖୀ କରନ୍ତୁ ।

୨. ଯଦି ଘରର ଡାହାଣ-ବାମ କିମ୍ବା ପଛରେ ଗଳି ରହିଛି, ତେବେ ଏହାକୁ ଖୋଲା ରଖନ୍ତୁ । ଏହାକୁ ବନ୍ଦ କଲେ ସନ୍ତାନଙ୍କ ଉନ୍ନତି କମିଯାଇଥାଏ ।

୩. ବାସ୍ତୁ ଅନୁଯାୟୀ ସିଡ଼ି ଠିକ୍‌ ଦିଗରେ ଓ ଠିକ୍‌ ତରିକାରେ ନିର୍ମାଣ ହେବା ଉଚିତ୍‌ । ଏହାର ତଳେ ରୋଷେଇ ଘର କିମ୍ବା ବା ବାଥରୁମ୍‌ ବନାନ୍ତୁ ନାହିଁ । ଏହାଛଡ଼ା ସିଡିର ଉଚ୍ଚତା ସମାନ ହେବା ସହ ଏହାର ସଂଖ୍ୟା ବିଷମ ହେବା ଦରକାର ।

୪. ଘର ଶନି,ରାହୁ ଓ କେତୁ ଗ୍ରହର ପ୍ରଭାବରୁ ମୁକ୍ତ ହେବା ଦରକାର । ଘର ନିକଟରେ ଆମ୍ବ, ଖଜୁରୀ ଓ ବବୁଲ ଗଛ ନରହିବା ଦରକାର । ଘର ପାଖରେ ମଦ ଓ ନନ୍‌ ଭେଜ ଦୋକାନ ନରହିବା ଦରକାର । ଘର ଶୂନଶାନ ଅଞ୍ଚଳରେ ନରହିବା ଦରକାର । ଘର ପାଖରେ କୌଣସି କଣ୍ଟା ଗଛ ନରହିବା ଦରକାର ।

୫. ଟଏଲଟକୁ ସର୍ବଦା ସଫା ରଖନ୍ତୁ । ନହେଲେ ରାହୁ ପ୍ରକୋପ ସହିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.