Below header

ବୟସ୍କ ହେବାକୁ ଦେବନି ଏହି ଫେସ୍‌ ପ୍ୟାକ୍‌, ଥରେ ପରୀକ୍ଷା କରି ଦେଖନ୍ତୁ

ବଢ଼ୁଥିବା ବୟସ ସହ ମୁହଁର ତ୍ୱଚା ଖରାପ ହେବାକୁ ଲାଗିଥାଏ । ଚେହେରାକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରାଯାଉଛି । ତେବେ ଏଥିରେ ସାଇଡ୍‌ ଇଫେକ୍ଟ ଦେଖାଯାଇପାରେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଫେସ୍‌ ପ୍ୟାକ୍‌ ବିଷୟରେ କହିବୁ ଯାହା ବିନା ସାଇଡ୍‌ ଇଫେକ୍ଟରେ ଆପଣଙ୍କ ତ୍ୱଚାକୁ ଯବାନ କରିଦେବ । ଏହା ଆପଣଙ୍କ ପିଗ୍‌ମେଣ୍ଟେସନ୍‌,ଏଣ୍ଟି ଏଜିଂ ପ୍ରୋବଲେମ୍‌କୁ ଦୁର କରିବା ସହ ତ୍ୱଚାକୁ ଉଜ୍ଜଳ କରିବ । ଆଜି ବନାନ୍ତୁ କନ୍ଦରେ ପ୍ରସ୍ତୁତ ଏହି ଫେସ୍‌ ପ୍ୟାକ୍‌ ।

face pack
photo credit: punjabkesari.in

ଆବଶ୍ୟକୀୟ ସାମଗ୍ରୀ : କନ୍ଦ ଓ ଜାଇଫଳ

କନ୍ଦ – ୧/୨ ଟି ସ୍ପୁନ୍‌ (ସିଝା ହୋଇଥିବା)

ଜାଇଫଳ ପାଉଡର- ୧/୮ ଟି ସ୍ପୁନ୍‌

କିଛି ବୁନ୍ଦା ଗୋଲାପ ଜଳ

face pack
photo credit: punjabkesari.in

କେମିତି କରିବେ ବ୍ୟବହାର

– କନ୍ଦରେ ଜାଇଫଳ ପାଉଡର ମିଶାଇ ଭଲ ଭାବରେ ମିଶାନ୍ତୁ ।

– ଏବେ ଏଥିରେ ଆବଶ୍ୟକତା ଅନୁସାରେ ଗୋଲାପ ଜଳ ମିଶାନ୍ତୁ ।

– ପ୍ରସ୍ତୁତ ପରେ ଏହି ଫେସ୍‌ ପ୍ୟାକ୍‌କୁ ୧୫ ମିନିଟ୍‌ ପାଇଁ ଚେହେରାରେ ଲଗାଇ ଛାଡି ଦିଅନ୍ତୁ ।

– ଶୁଖିଯିବା ପରେ ପାଣିରେ ସଫା କରିଦିଅନ୍ତୁ ।

– ସପ୍ତାହରେ ଗୋଟିଏ ଥରରୁ ୨ ଥର ଲଗାନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ହୋଇଯିବ ୟଙ୍ଗ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.