Below header

ଖରାରେ ବୁଲି ଘରକୁ ଫେରିବା ପରେ ଲଗାନ୍ତୁ ଟମାଟୋ-ଲେମ୍ବୁର ଏହି ଫେସ୍‌ ପ୍ୟାକ, ମିନିଟ୍‌ରେ ଦୂର ହୋଇଯିବ ଟ୍ୟାନିଙ୍ଗ୍‌

ଟାଣ ଖରାରେ ବାହାରକୁ ବାହାରିଲେ ସ୍କିନ୍‌ ଟ୍ୟାନ୍‌ ହୋଇଯିବାର ଭୟ ରହିଥାଏ। କିନ୍ତୁ ଟ୍ୟାନିଙ୍ଗ୍‌ ଡରରେ ଘରୁ ବାହାରିବା ତ ଆମେ ବନ୍ଦ କରିପାରିବା ନାହିଁ। ଏମିତିରେ ଲୋକେ ଏହି ଟ୍ୟାନିଙ୍ଗ୍‌ରୁ ବର୍ତ୍ତିବା ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। କିଏ ଫୁଲ୍‌ କପଡ଼ା ପିନ୍ଧି ବାହାରିଥାଏ ତ କିଏ ମୋଜା ଓ ଷ୍ଟୋଲ୍‌ ନେଇ। ଏତେ ସବୁ କରିବା ପରେ ବି ସାମାନ୍ୟ ଖରା ପଡ଼ିଲେ ସ୍କିନ୍‌ ଟ୍ୟାନ୍‌ ହୋଇଯାଏ। ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ସ୍କିନ୍‌ ଟ୍ୟାନ୍‌ରୁ ଛୁଟକାରା ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବୁ।

ସମସ୍ତଙ୍କ ଘରେ ଟମାଟୋ ଓ ଲେମ୍ବୁ ସହଜରେ ମିଳିଯିବ। ଆପଣ ଚାହିଁଲେ ଏହି ଲିକ୍ୱିଡ୍‌ ଫେସ୍‌ ପ୍ୟାକକୁ ସବୁଦିନ ବ୍ୟବହାର କରିପାରିବେ। ଏହାକୁ ୧୫ ମିନିଟ୍‌ ଲଗାଇ ରଖିବା ପରେ ମୁହଁ ଧୋଇ ଦେବେ।

ଏମିତି ପ୍ରସ୍ତୁତ କରନ୍ତୁ ମିଶ୍ରଣ

ଏକ ଟମାଟୋକୁ କାଟି ଚାମଚ ସାହାଯ୍ୟରେ ଭିତରୁ ରସ ବାହାର କରି ଦିଅନ୍ତୁ। ଏହାପରେ ଏକ ଚାମଚ ଟମାଟୋ ରସରେ ୪ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଫେସ୍‌ ମାସ୍କ। ଚେହେରା ଧୋଇବା ପରେ ଏହାକୁ ତ୍ୱଚାରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ଚେହେରା ଧୋଇ ଦିଅନ୍ତୁ। ଏହି ଫେସ୍‌ ପ୍ୟାକ୍‌ ଲଗାଇଲେ ନା କେବଳ ଆପଣଙ୍କ ଟ୍ୟାନିଙ୍ଗ୍‌ ଦୂର ହୋଇଯିବ, ବରଂ ସ୍କିନ୍‌ ମଧ୍ୟ ବହୁତ ସଫା ଦିଶିବ।

ଅଟା ଓ ଗୋଲାପ ଜଳ

ଯଦି ଆପଣଙ୍କ ସ୍କିନ୍‌ ସେନ୍ସିଟିଭ, ତ ଆପଣ ଅଟା ଓ ଗୋଲାପ ଜଳର ଫେସ୍‌ ପ୍ୟାକ୍‌ ମଧ୍ୟ ବ୍ୟବହାର କରିପାରିବେ। ଏହାକୁ ବନାଇବା ପାଇଁ ଆପଣଙ୍କୁ ଅଟା, ହଳଦୀ ଏବଂ ଗୋଲାପ ଜଳର ଆବଶ୍ୟକତା ପଡ଼ିବ। ଏହି ତିନିଟି ଜିନିଷକୁ ମିଶାଇ ପେଷ୍ଟ ବନାନ୍ତୁ ଏବଂ ଏହାକୁ ନିଜ ସ୍କିନ୍‌ରେ ଲଗାନ୍ତୁ। ୨୦ ମିନିଟ୍‌ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ। ଏହାପରେ ହାଲୁକା ହାତରେ ମସାଜ କରି ହଟାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.