Below header

ହାଇଦରକୁ ଧରିବାକୁ ସ୍ପେଶାଲ ଟିମ୍‌ର ବଡ଼ ଅପରେସନ,ଷଡ଼ଯନ୍ତ୍ରରେ ମେଡିକାଲର ଡାକ୍ତର ଓ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):  ହାଇଦରକୁ ଧରିବା ପାଇଁ ସ୍ପେଶାଲ ଟିମ୍‌ର ବଡ଼ ଅପରେସନ। ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ତନାଘନା ଜୋରଦାର କରିଛି ସ୍ପେଶାଲ ଟିମ୍‌ । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଏସସିବିରେ ରେକର୍ଡ ରୁମ୍‌ରେ ନଥିପତ୍ର ଯାଞ୍ଚ କରାଯାଇଛି । କେତେଥର ହସପିଟାଲ ଆସିଛି ? କେଉଁ ଡାକ୍ତର ତାକୁ ଚିକିତ୍ସା କରୁଥିଲେ ? ଏସବୁର ରେକର୍ଡ ଯାଞ୍ଚ ଆରମ୍ଭ ହୋଇଛି ।

ହାଇଦର ଫେରାର ଷଡଯନ୍ତ୍ରରେ ମେଡିକାଲର ଡାକ୍ତର ଓ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଇଛି । ସେନେଇ ସମସ୍ତ ରେକର୍ଡପତ୍ର ଯାଞ୍ଚ କରାଯାଉଛି । ସେପଟେ ହାଇଦର ସହଯୋଗୀ ୟାକୁବକୁ ମାରାଥନ ଜେରା କରାଯାଇଛି । କେମିତି ଫେରାର ହେଲା ହାଇଦର ? ବାଇକ୍‌ ନା କାରରେ ଫେରାର ହେଲା ହାଇଦର ? ସେନେଇ ପୋଲିସ ପଚରାଉଚରା କରୁଛି । ୟାକୁବ ପାଖରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି ତଦନ୍ତକାରୀ ଅଧିକାରୀ ।

ସେହି ତଥ୍ୟ ଆଧାରରେ ଅପରେସନ ହାଇଦରକୁ ଜୋରଦାର କରିଛି ସ୍ପେଶାଲ ଟିମ୍‌ । ଅନ୍ୟପଟେ ମାଛଧରା ବୋଟରେ ହାଇଦର ବାଂଗଲାଦେଶ ଚାଲି ଯାଇଥିବା କୁହାଯାଉଛି । ତେଣୁ ଖୁବଶୀଘ୍ର ବାଂଲାଦେଶ ଯିବାକୁ ଏକ ଟିମ୍‌ ପ୍ରସ୍ତୁତ ହେଉଥିବା ଜଣାପଡିଛି । ହାଇଦର ସାଥୀରେ ନେଇଛି ଦେଢ଼କୋଟି, ବିକିଛି କେନ୍ଦ୍ରାପଡାର ଘର । ଆଦାୟ କରିଛି ବାକି ଟଙ୍କା ଓ ଦାଦାବଟି । ସେହି ଟଙ୍କାକୁ ସହଯୋଗୀଙ୍କ ଦ୍ୱାରା ଯୋଗାଡ କରିଥିଲା । ଏହି ଟଙ୍କାକୁ ନେଇ ପରିବାର ସହ ଫେରାର ହୋଇଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.