ଡାଲି ଖାଉଛନ୍ତି ତ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଡାଲି ଖାଇବାର ୩ଟି କ୍ଷତି

ଭାତ ସହିତ ଡାଲି ନ ଥିଲେ ଖାଇବା ଅଧା ଭଳି ଲାଗେ। ଡାଲିରେ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ। ଡାଲିରୁ ଆମ ଶରୀରକୁ ଏନର୍ଜି ମିଳିଥାଏ। ବହୁତ ଲୋକ ଡାଲି ଖାଇବାକୁ ପସନ୍ଦ କରିଥାଆନ୍ତି। ବିଶେଷ କରି ‌ଭେଜ ଖାଉଥିବା ଲୋକଙ୍କ ପାଇଁ ଡାଲି ନିହାତି ଦରକାର। ଡାଲିର ବହୁତ ଫାଇଦା ରହିଛି। ମୁଗ ଓ ମସୁର ଡାଲିକୁ ମିକ୍ସ କରି ଖାଇଲେ ସ୍ୱାସ୍ଥ୍ୟ ଏବଂ ପେଟ ସବୁବେଳେ ସୁସ୍ଥ ରହିଥାଏ। କିନ୍ତୁ ଆପଣ ଜାଣନ୍ତୁ ଯେ ଡାଲି ବି ଶରୀର ପାଇଁ ହାନିକାରକ ହୋଇପାରେ। ଆଜି ଆମେ ଡାଲିର ୩ଟି କ୍ଷତି ବିଷୟରେ କହିବୁ।

୧. ଯଦି ଆପଣ ଡାଲି ଅଧିକ ଖାଉଛନ୍ତି, ତା’ହେଲେ ଏହାର ସିଧା ପ୍ରଭାବ ଆପଣଙ୍କ କିଡ୍‌ନୀ ଉପରେ ପଡ଼ିଥାଏ। ଏହାଦ୍ୱାରା କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା ରହିଥାଏ।

୨. ଡାଲି ଖାଇଲେ ଗ୍ୟାସ୍‌ ସମସ୍ୟା ବି ହୋଇଥାଏ। ଏତିକି ନୁହେଁ, ଏହାକୁ ସେବନ କଲେ ପେଟ ସହ ଜଡ଼ିତ ଅନେକ ସମସ୍ୟା ବି ଦେଖାଦେଇପାରେ।

୩. ଡାଲି ଅଧିକ ଖାଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରି ନ ଥାଏ, ଯାହାକି ପରବର୍ତ୍ତୀ ସମୟରେ ବହୁତ କ୍ଷତି ପହଞ୍ଚାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.