ପାଚିଲା କେଶ ଆପଣଙ୍କୁ ବୁଢ଼ୀ କରି ଦେଉଛି କି? ଚା’ ପତିରେ ଏହି ଦୁଇଟି ଜିନିଷ ମିଶାଇ ମୂଳରେ ଲଗାନ୍ତୁ, କିଛି ଦିନ ଭିତରେ ଦୂର ହୋଇଯିବ ସମସ୍ୟା

ଆଜିକା ସମୟରେ କେଶ ସମସ୍ୟା ଅନେକ ଲୋକଙ୍କଠାରେ ଦେଖା ଦେଉଛି। ଭୁଲ ଖାଦ୍ୟପେୟର ଅଭ୍ୟାସ ଏବଂ ପ୍ରଦୂଷଣ ସଂସ୍ପର୍ଶରେ ଆସିବା କାରଣରୁ କେଶ ନଷ୍ଟ ହେବା ସ୍ୱାଭାବିକ କଥା। ଏମିତିରେ କହି ରଖୁଛୁ କି, ଚା’ ପତି ଏହି ସମସ୍ୟାକୁ ଦୂର କରିବାରେ ଆପଣଙ୍କ କାମରେ ଆସି ପାରିବ। ଯଦି ଆପଣ ଘରେ ରହି କେଶ ଡ୍ୟାମେଜ୍ ହେବାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କିମ୍ବା ଧଳା କେଶ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି, ତା’ ହେଲେ ଏମିତି ସ୍ଥିତିରେ ଚା’ ପତି ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଆସନ୍ତୁ ଜାଣିବା, ଚା’ ପତି କିପରି କେଶ ସମସ୍ୟାକୁ ଦୂର କରି ପାରିବ। ଏହାର ଫାଇଦା କ’ଣ ସବୁ ରହିଛି।

ଚା’ ପତି ଓ କଫି

ପ୍ରଥମେ ଆପଣ କଫି ବିନ୍ସକୁ ଗ୍ରାଇଣ୍ଡ୍ କରି ତିନିରୁ ଚାରି କପ୍ ପାଣିରେ ଫୁଟାନ୍ତୁ। ଏବେ ଫୁଟିବା ପରେ ଏହି ମିଶ୍ରଣରେ ୩ଟି ବ୍ଲାକ୍ ଟି’ ବ୍ୟାଗ୍ସ ପକାନ୍ତୁ। ଯେତେବେଳେ ଭଲ ଭାବରେ ପାଣି ଫୁଟିଯିବ, ତ ଥଣ୍ଡା କରିବା ପରେ ଏହି ମିଶ୍ରଣକୁ ବ୍ରଶ ମାଧ୍ୟମରେ ନିଜ କେଶରେ ଲଗାନ୍ତୁ। ପାଖାପାଖି ୧ ଘଣ୍ଟା ପରେ କେଶକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ।

ଫାଇଦା: ଧଳା କେଶ ସମସ୍ୟାରେ ପୀଡିତ ଲୋକମାନେ ବ୍ଲାକ୍ ଟି’ ଏବଂ କଫି ବ୍ୟବହାର କରି ନିଜ ସମସ୍ୟାକୁ ଦୂର କରି ପାରିବେ। ଏଥି ସହିତ ଏହା କେଶକୁ ଚମକଦାର କରିବାରେ ମଧ୍ୟ ଉପଯୋଗୀ ହୋଇଥାଏ।

ଚା’ ପତି ଓ ଲେମ୍ବୁ ରସ

ଚା’ ପତି ସହିତ ତୁଳସୀ ଏବଂ ଲେମ୍ବୁ ରସ ମଧ୍ୟ ଆପଣ ମିଶାଇ ପାରିବେ। ଧଳା କେଶ ସମସ୍ୟାକୁ ଦୂର କରିବାରେ ଏହି ଉପଚାର ବେଶ୍ ଉପଯୋଗୀ ହୋଇଥାଏ। ପ୍ରଥମେ ଆପଣ ଏକ କପ୍ ପାଣିରେ ୪ରୁ ୫ଟି ବ୍ଲାକ୍ ଟି’ ବ୍ୟାଗ୍ସ ପକାନ୍ତୁ ଏବଂ ଏହାକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ। ବର୍ତ୍ତମାନ ତିଆରି ମିଶ୍ରଣରେ ତୁଳସୀ ପତ୍ର ମିଶାନ୍ତୁ। ଯେତେବେଳେ ମିଶ୍ରଣ ଭଲ ଭାବରେ ଫୁଟିଯିବ, ସେତେବେଳେ ସେଥିରେ ଲେମ୍ବୁ ରସ ମିଶାନ୍ତୁ। ପ୍ରସ୍ତୁତ ମିଶ୍ରଣକୁ ବ୍ରଶ ମାଧ୍ୟମରେ ନିଜ କେଶରେ ଲଗାନ୍ତୁ। ମିଶ୍ରଣ ଶୁଖିଗଲେ ଏହାକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ।

ଫାଇଦା: ଏହି ମିଶ୍ରଣ ନା କେବଳ କେଶକୁ କଳା ରଖିବାରେ ଉପଯୋଗୀ ହୋଇଥାଏ, ବରଂ କେଶକୁ ଚମକଦାର ମଧ୍ୟ କରିଥାଏ। ଆପଣ ଏହି ମିଶ୍ରଣକୁ ସପ୍ତାହରେ ୨ରୁ ୩ ଥର ବ୍ୟବହାର କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.