ଶାରୀରିକ ଓ ମାନସିକ ଭାବେ ମହିଳାଙ୍କୁ ଶକ୍ତ କରାଏ ସୋୟାବିନ ମଞ୍ଜି, ମିଳିଥାଏ ଅନେକ ଫାଇଦା

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବାରେ ଅନିୟମିତତା କାରଣରୁ ମହିଳା ମାନଙ୍କର ବୋନ ଦୁର୍ବଳ ହେବା ସହିତ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେବା ଏକ ସାଧାରଣ କଥା । ଏପରି ସ୍ଥଳେ ଯଦି ଆମେ ସୋୟାବିନକୁ ପ୍ରତିଦିନ ନିଜ ଡାଏଟରେ ସାମିଲ କରିବା ତାହେଲେ ଆମେ ଏହି ବିପଦରୁ ରକ୍ଷା ପାଇ ପାରିବା ।

ସୋୟାବିନରେ ପ୍ରୋଟିନ ସହିତ ଭିଟାମିନ ଏବଂ ଖଣିଜ ତଥା ଭିଟାମିନ B କମ୍ପ୍ଲେକ୍ସ ଏବଂ ଭିଟାମିନ E ଅଧିକ ମାତ୍ରାରେ ଦେଖା ଦେଇଥାଏ । ଯାହାକି ଶରୀର ନିର୍ମାଣ ପାଇଁ ଆବଶ୍ୟକ ଏମୀନୋ ଏସିଡ ପ୍ରଦାନ କରିଥାଏ । ତାହେଲେ ଆସନ୍ତୁ ଜାଣିବା ସୋୟାବିନ ଖାଇବା ଦ୍ୱାରା ଶରୀରକୁ ହେଉଥିବା ପାଞ୍ଚଟି ଫାଇଦା ।

    • ସୋୟାବିନର ଜୁସ ପିଇବା ଦ୍ୱାରା ପେଟ ଭିତରେ ଥିବା ଜୀବାଣୁ ମରିଯାଇଥାନ୍ତି ।
    • ସୋୟାବିନରେ ଲେସିଥିନ ନାମକ ଏକ ତତ୍ତ୍ୱ ମିଳିଥାଏ ଯାହା ଲିଭର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
    • ଯଦି ଆପଣଙ୍କର ହାର୍ଟ ସମ୍ବନ୍ଧିତ କୌଣସି ବେମାରୀ ରହିଛି ତାହେଲେ ଆପଣଙ୍କୁ ସୋୟାବିନ ଖାଇବା ନିହାତି ଜରୁରୀ ଅଟେ । ଯଦି ଆପଣ ନିଜ ଖାଇବାରେ ସୋୟାବିନକୁ ସାମିଲ କରୁଛନ୍ତି ତାହେଲେ ଆପଣଙ୍କୁ ହାର୍ଟ ସମ୍ବନ୍ଧିତ କୌଣସି ରୋଗ ହେବାର ସମ୍ଭାବନା ରହିବ ନାହିଁ ।
seeds
pc: trade wind fruits
  • ଯଦି ଆପଣଙ୍କଠାରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେଉଛି ତାହେଲେ ପ୍ରତିଦିନ ସୋୟାବିନ ଖାଆନ୍ତୁ । ଏହା ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ।
  • ଯଦି ଆପଣଙ୍କୁ କୌଣସି ପ୍ରକାର ମାନସିକ ରୋଗ ରହିଛି ତାହେଲେ ଆପଣ ସୋୟାବିନକୁ ପ୍ରତିଦିନ ନିଜ ଖାଇବାରେ ସାମିଲ କରନ୍ତୁ । କାରଣ ଏହା ମାନସିକ ସନ୍ତୁଳନ ଠିକ କରିବା ସହ ମସ୍ତିସ୍କକୁ ସୁସ୍ଥ ରଖିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.