Below header

ଏହି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ରୂପା ମୁଦି, ବିଗିଡି ଯାଇପାରେ ଶୁଭ କାମ

ମହିଳା ମାନଙ୍କ ଜୀବନରେ ସୁନା, ରୁପାର ଏକ ବିଶେଷ ମହତ୍ୱ ରହିଥାଏ । ଦୁନିଆରେ କଦବା କୋଚିତ ମହିଳା ଏମିତି ଥିବେ ଯାହାଙ୍କୁ ସୁନା ରୁପାରେ ନିର୍ମିତ ଆଭୂଷଣ ଏତେଟା ପସନ୍ଦ ନଥିବ । ଏହି ଗହଣା ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ରରେ ବି ଏହାକୁ ନେଇ ବିଶେଷ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ରୁପା ଆପଣଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣି ପାରିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରୁପାର ସିଧାସଳଖ ସମ୍ପର୍କ ଚନ୍ଦ୍ର ଓ ଶୁକ୍ରଙ୍କ ସହ ରହିଛି ।

silver ring

ମାନ୍ୟତା ଅନୁଯାୟୀ, ଚାନ୍ଦିର ସୃଷ୍ଟି ଭଗବାନ ଶିବଙ୍କ ତୃତୀୟ ନେତ୍ରରୁ ହିଁ ହୋଇଥିଲା । ତେଣୁ ବିଶ୍ୱାସ କରାଯାଏ କି ରୂପା ଜୀବନରେ ସୁଖ ସମୃଦ୍ଧି ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ । ବାସ୍ତୁ ଅନୁଯାୟୀ ଯାହା ପାଖରେ ଚାନ୍ଦି ଥାଏ, ସେମାନଙ୍କ ଜୀବନରେ କୌଣସି ଧରଣର ଅଭାବ ରହିନଥାଏ । ବିଶେଷ ଭାବେ ଗୁରୁଜନ ମାନେ ଦେଇଥିବା ଚାନ୍ଦିର ଉପହାର ଭାଗ୍ୟ ପରିବର୍ତ୍ତନ କରିଦେଇପାରେ ।

ଚାନ୍ଦି ବା ରୂପାର ଅନେକ ସୁଗୁଣ ଥିଲେ ବି ଜ୍ୟୋତିଷଙ୍କ ଅନୁଯାୟୀ ପ୍ରତି ବ୍ୟକ୍ତିଙ୍କ ପାଇଁ କିନ୍ତୁ ଏହା ଶୁଭପ୍ରଦ ହୋଇନଥାଏ । କନ୍ୟା, ଧନୁ, ମେଷ ରାଶିର ବ୍ୟକ୍ତି ମାନେ ଚାନ୍ଦି ଧାରଣ କରିବା ଉଚିତ ନୁହେଁ । ନଚେତ କୌଣସି ଶୁଭ କାର୍ଯ୍ୟରେ ଅଶୁଭ ଫଳ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବି ଦେଖା ଦେଇପାରେ ।

silver ring new

ଏହି ତିନି ରାଶି ବ୍ୟତୀତ ଅନ୍ୟ ରାଶିର ବ୍ୟକ୍ତି ମାନେ ନିର୍ଦ୍ୱନ୍ଦରେ ରୂପା ଧାରଣ କରିପାରିବେ । ତେବେ ଆସନ୍ତୁ ଜାଣି ରଖିବା ରୂପା ପିନ୍ଧିଲେ କଣ କଣ ଲାଭ ମିଳିଥାଏ:

– ଯେଉଁ ମାନଙ୍କ ଚନ୍ଦ୍ର ଦୁର୍ବଳ ସ୍ଥିତିରେ ଥାନ୍ତି, ସେମାନେ ନିଜ ହାତରେ ରୂପା ନିର୍ମିତ ମୁଦି ନିହାତି ପିନ୍ଧିବା ଦରକାର । ଯଦି ଚାହିଁବେ ତ ଏଥିରେ ଶୁଦ୍ଧ ମୋତି ସହ ବି ହାତରେ ପିନ୍ଧିପରିବେ ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ମାନଙ୍କ ମନ ଅଧିକ ଅଶାନ୍ତ ରହୁଥାଏ, ସେମାନେ ରୂପା ମୁଦି ପିନ୍ଧିବା ଖୁବ ଭଲ । ନିୟମିତ ଭାବେ ପିନ୍ଧିଲେ ମନ କୁ ଶାନ୍ତି ମିଳିଥାଏ ।

-ପିଲାମାନେ ଯାନବାହାନ ଚଲାଉଥିଲେ ସେମାନଙ୍କୁ ନିଶ୍ଚିତ ରୂପେ ଏକ ମୁଦି ପ୍ରସ୍ତୁତ କରି ପିନ୍ଧାନ୍ତୁ । ଦୁର୍ଘଟଣା ଜନିତ ଡର ରହିବନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.