Below header

ଆଜବେଷ୍ଟସ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌, ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି

ଅନୁଗୁଳ: ଆଜବେଷ୍ଟସ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗାଁରେ ଗତକାଲି ବିଳମ୍ବିତ ରାତ୍ରିରେ ହୋଇଛି ସଶତ୍ର ଡକାୟତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ୬ଜଣ ଦୁବୃର୍ତ୍ତ ଗାଁର ପ୍ରମୋଦ ମହାପାତ୍ରଙ୍କ ଘର ଆଜବେଷ୍ଟ ଭାଙ୍ଗି ଭିତରେ ପଶିଥିଲେ । ଖଣ୍ଡା ଭୁଜାଲି ଓ ବନ୍ଧୁକ ଦେଖାଇ ଘରେ ଥିବା ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା ଓ ୫ଭରି ସୁନା ସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏହା ସହ ଘର ମାଲିକ ପ୍ରମୋଦଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଆହତ ପ୍ରମୋଦଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.