ବିଦ୍ୟୁତ୍‌ ବିଲ୍‌ ଦେଇ ନ ପାରିବାରୁ ସ୍କୁଲର କନେକ୍ସନ କାଟିଦେଲା ବିଭାଗ, ୭ମ ଶ୍ରେଣୀ ଛାତ୍ର ତିଆରି କରିଦେଲେ ‘ପବନ ଚକ୍ରୀ’, ଏବେ ପୂରା ସ୍କୁଲ ଆଲୋକିତ

ମହାରାଷ୍ଟ୍ରର ବିଡ୍‌ ଜିଲାରେ ଥିବା ଏକ ସରକାରୀ ସ୍କୁଲ ନିଜ ପାଇଁ ବିଜୁଳି ଆବଶ୍ୟକତା ନିଜେ ହିଁ ପୂରଣ କରୁଛି। ଘଟଣାଟି ହେଲା, କୁର୍ଲା ଗାଁରେ ଥିବା ଜିଲା ପରିଷଦ ସ୍କୁଲ ୨୫ ହଜାର ଟଙ୍କା ବିଜୁଳି ବିଲ୍‌ ପୈଠ କରିପାରି ନ ଥିଲା। ଫଳରେ ବିଦ୍ୟୁତ୍‌ ବିଭାଗ ସ୍କୁଲର କନେକ୍ସନ କାଟି ଦେଇଥିଲା। ସମସ୍ୟା ଉପୁଜିବାରୁ ୭ମ ଶ୍ରେଣୀର ୪ଜଣ ଛାତ୍ର ମିଶି ‘ପବନ ଚକ୍ରୀ’ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ସେମାନେ ମାତ୍ର ୫ ଦିନ ଭିତରେ ହିଁ ଏହାକୁ ତିଆରି କରିଥିଲେ। ଏବେ ଏହାଦ୍ୱାରା ପୂରା ସ୍କୁଲର ବିଜୁଳି ଆବଶ୍ୟକତା ପୂରଣ ହେବା ସହ ରାତିରେ ସ୍କୁଲଟି ଆଲୋକିତ ରହୁଛି।

d2

ସ୍କୁଲର ବିଜ୍ଞାନ ଶିକ୍ଷକ ଭାଉ ସାହେବ ରାଣେ ପବନ ଚକ୍ରୀ ତିଆରି କରିବାରେ ପିଲାଙ୍କୁ ସାହାଯ୍ୟ କରିଥିଲେ। ଶିକ୍ଷକଙ୍କ କହିବା ହେଲା, ଏଥିରେ ସୋଲାର୍‌ ୟୁନିଟ୍‌ ଲଗାଯାଇଛି ଏବଂ ଏଥିରୁ ୫୦୦ ଓ୍ଵାଟ୍‌ର ବିଜୁଳି ଉତ୍ପନ୍ନ ହେଉଛି। ଏହି ପବନ ଚକ୍ରୀକୁ ତିଆରି କରିବାରେ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ଶିକ୍ଷକ କହିଥିଲେ, ସ୍କୁଲରେ ପ୍ରଥମରୁ ୭ମ ଶ୍ରେଣୀ ପଯ୍ୟର୍ନ୍ତ ମୋଟ ୧୮୮ଜଣ ଛାତ୍ର ପାଠ ପଢ଼ୁଛନ୍ତି। ଦିନେ ମୁଁ ୭ମ ଶ୍ରେଣୀରେ ପବନ ଚକ୍ରୀ ଏବଂ ଏଥିରୁ ଉତ୍ପନ୍ନ ହେଉଥିବା ବିଜୁଳି ଶକ୍ତି ବିଷୟରେ ପାଠ ପଢ଼ାଉଥିଲି। ଏହି ସମୟରେ କିଛି ଛାତ୍ର ଏହାକୁ ସ୍କୁଲରେ ଉପଯୋଗ କରିବାକୁ କହିଥିଲେ। ଏହିଥିରୁ ଭାବନା ଆସିଥିଲା ଏବଂ ପିଲାମାନେ ସେମାନଙ୍କ କାମ ଆରମ୍ଭ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.