Below header

କାଜାଖସ୍ତାନରେ ରହିଛି ସବୁଠୁ ରହସ୍ୟମୟ, ରୋମାଞ୍ଚକର ସ୍ଥାନ ‘ଲେକ୍‌ କ୍ୟାଣ୍ଡି’, ଯାହାର ପାଣି ଭିତରେ ଅଛି ସଂପୂର୍ଣ୍ଣ ଜଙ୍ଗଲ

ଦୁନିଆରେ ଏମିତି କିଛି ଅଜବ ଏବଂ ଆକର୍ଷଣୀୟ ଦୃଶ୍ୟ ଅଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହାର ରହସ୍ୟ ସହଜରେ ବୁଝିହୁଏ ନାହିଁ। ଏପରି ଏକ ସ୍ଥାନ ହେଉଛି ‘ଲେକ୍‌ କ୍ୟାଣ୍ଡି’(ଏକ ହ୍ରଦ)। କାଜାଖସ୍ତାନରେ ଥିବା ଏହି ହ୍ରଦ ସବୁଠୁ ରହସ୍ୟମୟୀ ତଥା ରୋମାଞ୍ଚକର। କାରଣ ଏଠାକାର ପୂରା ଜଙ୍ଗଲ ହ୍ରଦ ଭିତରେ ହିଁ ରହିଛି। ସାଧାରଣତଃ ଗଛଗୁଡ଼ିକ ଭୂମିରେ ଉଠିଥାଏ। କିନ୍ତୁ ଏଠାରେ ହ୍ରଦ ଭିତରେ ବିରାଟ ବିରାଟ ଗଛ ରହିବା ରହସ୍ୟଜନକ।

candy

କୁହାଯାଏ, ୧୯୧୧ରେ ଏହି ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା। ଫଳରେ ଜଙ୍ଗଲଟି ମଧ୍ୟ ଥରି ଉଠିଥିଲା। ସେତେବେଳେ ବଡ଼ବଡ଼ ଗଛ ସବୁ ହ୍ରଦ ମଧ୍ୟକୁ ଚାଲିଯାଇଥିଲା। ସେହିଦିନଠାରୁ ସମଗ୍ର ଜଙ୍ଗଲଟି ଝରଣା ମଧ୍ୟରେ ରହିଯାଇଛି। ସମୁଦ୍ରଠାରୁ ୨୦୦୦ ମିଟର ଉପରେ ଥିବା ଏହି ଝରଣା ପାଣି ବହୁତ ଥଣ୍ଡା। ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରେ। ଯେତିକି ରହସ୍ୟମୟ ସେତିକି ମନୋଲୋଭା।

ଏହା କଜଖସ୍ତାନର ସବୁଠାରୁ ବଡ ସହର ଅଲମାଟିରୁ ୨୮୦ କିମି ଦୂରରେ ଅବସ୍ଥିତ ଏହି ଜଙ୍ଗଲ। ଏହା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ମଧ୍ୟ ଜଣାଶୁଣା। ଏଠାକୁ ବହୁତ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ମଧ୍ୟ ଆସନ୍ତି। ଶୀତ ଦିନରେ ଏହି ହ୍ରଦରେ ଆଇସ ଡାଇଭିଂ ଏବଂ ମାଛ ଧରିବା ପାଇଁ ମଧ୍ୟ ବେଶ୍‌ ପରିଚିତ। ଏହା ରାତି ସମୟରେ ଦେଖିବାକୁ କୌଣସି ଭୟାନକ ସ୍ଥାନ ଠାରୁ କମ୍‌ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.