ଆପଣଙ୍କ କେଶକୁ ସୁରକ୍ଷା ଦେବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ କଳା ଜୀରା ତେଲ, ଜାଣନ୍ତୁ

କରୋନା କାଳରେ ଏବେ ସବୁଆଡେ ଲକଡାଉନ – ସଟଡାଉନ ଚାଲିଛି । ଘରେ ରହି ସମସ୍ତେ ନିଜ ଶରୀର ଉପରେ ଏବେ ଯତ୍ନବାନ ହେଉଛନ୍ତି । ଏହି ସମୟରେ ଲୋକଙ୍କୁ ଚିନ୍ତା ମଧ୍ୟ ଅଧିକ ଗ୍ରସ କରୁଛି । ଯାହା କାରଣରୁ ହେୟାର ଫଲ ସମସ୍ୟା ବା କେଶ ଝଡିବା ସମସ୍ୟା ଦେଖାଯାଉଛି । କେମିକାଲ ଯୁକ୍ତ ସାମ୍ପୁ ସହ ହେୟାର ଡ୍ରାୟରର ବ୍ୟବହାର କରିବା ଦ୍ୱାରା ଏହା ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ତେବେ ଆଜି ଆମେ ଏହି ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଯେଉଁଥିରେ ଆପଣ ନିଜ କେଶକୁ ସୁରକ୍ଷିତ ରଖିପାରିବେ ।

କଳା ଜୀରା ତେଲ ଦେବ ଆପଣଙ୍କ କେଶକୁ ସୁରକ୍ଷା । ଏହାକୁ ଘରେ ପ୍ରସ୍ତୁତ କରିବା ଖୁବ ସହଜ ହୋଇଥାଏ । ଏହି ତେଲ କେଶକୁ ମୂଳରୁ ମଜବୁତ ରଖିବା ସହ ଝଡିବାରୁ ମଧ୍ୟ ରକ୍ଷା କରିଥାଏ । ଏହା କେଶକୁ ଘନ କରିଥାଏ ।

ଆବଶ୍ୟକ ସାମଗ୍ରୀ:

୧ ବଡ଼ ଚାମଚ କଳା ଜୀରା
୧ ବଡ଼ ଚାମଚ ମେଥି ଦାନା
୨୦୦ ମିଲି ନଡ଼ିଆ ତେଲ
୫୦ ମିଲି ଜଡ଼ା ତେଲ

676745
pc: 30seconds

ପ୍ରସ୍ତୁତି:

କଳା ଜୀରା ଓ ମେଥି ଦାନାକୁ ପ୍ରଥମେ ଗ୍ରାଇଣ୍ଡ କରିଦିଅନ୍ତୁ । ଏହାକୁ ଏକ ପାତ୍ରରେ ରଖି ଏଥିରେ ନଡ଼ିଆ ତେଲ ଓ ଜଡ଼ା ତେଲ ମିଶାଈଇ ଦିଅନ୍ତୁ । ଏହାକୁ ଏକ ବୋତଲରେ ରଖି ଏହାକୁ ସୂର୍ଯ୍ୟ କିରଣରେ ରଖିଦିଅନ୍ତୁ । ଏହାକୁ ୨ ରୁ ୩ ସପ୍ତାହ ରଖନ୍ତୁ ।ଏହାପରେ ଏହି ତେଲକୁ ନିଜ କେଶରେ ଲଗାନ୍ତୁ । ତେବେ ଏହାକୁ ସପ୍ତାହରେ ଥରେ କିମ୍ବା ୨ଥର କରନ୍ତୁ । ଏହାଦ୍ୱାରା କେଶ ସମସ୍ୟା ଦୂର ହୋଇଯିବ ।

ଏହାସହ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ ହେଲେ ମଧ୍ୟ ଏହି ତେଲକୁ ବ୍ୟବହାର କରିପାରିବେ । ପେନକିଲର ଖାଇବା ଅପେକ୍ଷା ଏହି ତେଲ ବହୁତ ଆରାମ ଦେଇଥାଏ । ତେଣୁ ଏହି ତେଲକୁ ପ୍ରସ୍ତୁତ କରି ଘରେ ରଖନ୍ତୁ । ଏହାକୁ ବ୍ୟବହାର କରି ନିଜ ଶାରୀରିକ ସମସ୍ୟାରୁ ରକ୍ଷା ପାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.