ପୁରୀ (କେନ୍ୟୁଜ) : ଲକ୍ଡାଉନ୍ରେ ଉତ୍ତେଜନା। ଜଣେ ଉଠା ଦୋକାନୀଙ୍କୁ ପୋଲିସ ମାଡ ମାରିବା ଅଭିଯୋଗରେ ଉତ୍ତେଜନା। ପୁରୀ ବଡ ଶଙ୍ଖ ପରିବା ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲକ୍ଡାଉନ୍ ସମୟରେ ପୋଲିସ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଚେକିଂ ପାଇଁ କରୁଥିଲେ। ଏହି ସମୟରେ ଜଣେ ଉଠା ଦୋକାନୀ କଟକଣା ଭାଙ୍ଗିଥିବା ଅଭିଯୋଗରେ ପୋଲିସ ମାଡ ମାରିଥିଲା। ଏହାକୁ ନେଇ ସ୍ଥାନୀୟ ଅ଼ଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉଠା ଦୋକାନୀ।