ତାଉତେ ପରେ ପାଣିରେ ବୁଡ଼ିଗଲା ଅମିତାଭ ବଚ୍ଚନଙ୍କ ଅଫିସ ‘ଜନକ’, ବ୍ଲଗ୍ ଜରିଆରେ ଦୁଃଖ ବ୍ୟକ୍ତ କଲେ ଅଭିନେତା

କରୋନାର ଦୁଃଖ ନ ଯାଉଣୁ ବାତ୍ୟା ତାଉତେ ପୁଣି ଆସି ଦୁର୍ଦ୍ଦଶା ଦେଇଛି। ତେବେ ଖୁସିର କଥା ହେଉଛି ଏହି ବାତ୍ୟା ଯୋଗୁ ଇତି ମଧ୍ୟରେ କାହାର ଜୀବନ ଯାଇନାହିଁ। ବାତ୍ୟା ପରେ ସୋସିଆଲ ମିଡିଆରେ ଲଗାତାର କ୍ଷୟକ୍ଷତିର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ବଲିଉଡର ବହୁ ସେଲିବ୍ରିଟି ମଧ୍ୟ ନିଜ ନିଜ ଅବସ୍ଥା ସମ୍ପର୍କରେ ଜଣାଉଛନ୍ତି। ଅମିତାଭ ବଚ୍ଚନ ମଧ୍ୟ ତାଉତେ ଯୋଗୁ କେତେ ପ୍ରଭାବିତ ହୋଇଛନ୍ତି, ତାହା ସେୟାର କରିଛନ୍ତି।

ଅମିତାଭ ବଚ୍ଚନ ନିଜ ବ୍ଲଗରେ ଲେଖିଛନ୍ତି, ଅଫିସରେ ପାଣି ପଶିଯାଇଛି। ଷ୍ଟାଫଙ୍କ ପାଇଁ ତିଆରି ହୋଇଥିବା ସେଲଟର ପବନରେ ଉଡ଼ିଯାଇଛି। ଏହି ବାତ୍ୟା ପ୍ରଭାବରେ ପୂରା ଦିନ ବର୍ଷା ହେଉଛି। ଗଛ ଭାଙ୍ଗିପଡ଼ିଛି। ସବୁ ଆଡ଼େ ଜଳମଗ୍ନ ହୋଇଯାଇଛି। ଜନକ ଅଫିସରେ ବି ପାଣି ପଶି ଯାଇଛି। ତଥାପି ଆମେ ହାର ମାନିନୁ। ଖୁବଶୀଘ୍ର ସବୁ ଠିକ କରିଦେବୁ।


ଏଥିସହ ଅମିତାଭ ନିଜ ଷ୍ଟାଫଙ୍କୁ ପ୍ରଶଂସା କରି ଲେଖିଛନ୍ତି, ଷ୍ଟାଫମାନେ ଏଭଳି ସ୍ଥିତିରେ ଭଲ କାମ କରୁଛନ୍ତି। ସେମାନେ ବର୍ଷାରେ ପୂରା ଭିଜି ଯାଇଥିଲେ ମଧ୍ୟ କାମ ଜାରି ରଖିଛନ୍ତି। ମୁଁ ତାଙ୍କୁ ମୋର କିଛି ଡ୍ରେସ ପିନ୍ଧିବାକୁ ଦେଇଛି। କିନ୍ତୁ କାହାକୁ ଡ୍ରେସ ଢିଲା ହଉଛି ତ ଆଉ କାହାକୁ ଟାଇଟ୍। ତଥାପି ସେମାନେ ସେଥିପାଇଁ ଆଡ଼ଜଷ୍ଟ କରି କାମ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଧନ୍ୟବାଦ।

ଏଥିସହ ଅମିତାଭ ବଚ୍ଚନ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.