Below header

କରୋନା ମହାମାରୀ ପୀଡିତଙ୍କ ପାଇଁ ବଡ ଘୋଷଣା କଲେ ଅରବିନ୍ଦ କେଜ୍ରିଓ୍ଵାଲ: ଅନାଥ ପିଲାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା, ମାଗଣାରେ ମିଳିବ ରାସନ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ମହାମାରୀର ପୀଡିତଙ୍କ ପାଇଁ ବଡ ଘୋଷଣା କରିଛନ୍ତି। କରୋନା ଯୋଗୁଁ ଅନାଥ ପିଲାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କାର ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି। ଏଥିସହ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ଦିଆଯିବ। ଯାହାର ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ମାଗଣାରେ ରାସନ ମିଳିବ। ପ୍ରତିଟି ଗରିବଙ୍କୁ ମାସରେ ୧୦ କିଲୋ ଚାଉଳ ଓ ଗହମ ମିଳିବ ବୋଲି କେଜ୍ରିଓ୍ଵାଲ ଘୋଷଣା କରିଛନ୍ତି।

ଦିଲ୍ଲୀରେ ୭୨ ଲକ୍ଷ ରାସନକାର୍ଡକାରୀଙ୍କୁ ଚଳିତ ମାସଠୁ ମାଗଣାରେ ରାସନ ମିଳିବ। ଯେଉଁମାନଙ୍କୁ କେନ୍ଦ୍ରଠୁ ୫ କିଲୋ ରାସନ ମିଳୁଛି ଏବଂ ଯାହାଙ୍କ ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ଦିଲ୍ଲୀ ସରକାର ମାଗଣାରେ ରାସନ ଯୋଗାଇ ଦେବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।

ଯେଉଁ ପରିବାରର କୌଣସି ବ୍ଯକ୍ତି କରୋନାରେ ମୃତ୍ୟୁ ଘଟିଛି ସେମାନଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ। ଯେଉଁ ପରିବାରରେ ଏକ ମାତ୍ର ଆୟ କରୁଥିବା ସଦସ୍ୟଙ୍କ କରୋନାରେ ପ୍ରାଣ ଚାଲିଯାଇଛି, ତେବେ ସରକାର ତାଙ୍କୁ ମଧ୍ୟ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ସହ ପ୍ରତି ମାସରେ ୨୫୦୦ ଟଙ୍କାର ଭତ୍ତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.