ପ୍ରବଳ ଗରମ ସହ ଗୁଳୁଗୁଳି, ଆଗାମୀ ୪ରୁ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୋଟେପଟେ କରୋନା ଡର, ସେପଟେ ତାତି । ଯେମିତି ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ପ୍ରବଳ ଗରମ ସହ ଗୁଳୁଗୁଳି । ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିଛି । ୪୨ ଡିଗ୍ରି ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଆଗାମୀ ୪ରୁ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ବଢ଼ିପାରେ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ କାଳବୈଶାଖି ଆଶଙ୍କା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.