Below header

ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି କି, ତେବେ ଏହି କଥା ଉପରେ ନିଶ୍ଚୟ ଦିଅନ୍ତୁ ଧ୍ୟାନ

ଦେଶରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଅନେକ ଲୋକ ହସ୍ପିଟାଲରେ ବି ଆଡମିଟ୍‌ ହେଉଛନ୍ତି। କିନ୍ତୁ ସେଠାରେ ବି ଆସିୟୁ ବେଡ ଏବଂ ଅକ୍ସିଜେନର ଅଭାବ କାରଣରୁ ରୋଗୀଙ୍କର ଅବସ୍ଥା ଆହୁରି ସଂକଟାପନ୍ନ ହୋଇଯାଉଛି। ତେଣୁ ଡାକ୍ତ ପରାମର୍ଶ ଦେଉଛନ୍ତି ଯେ ଯେଉଁମାନଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି, ସେହିମାନେ କେବଳ ହସ୍ପିଟାଲ ଆସନ୍ତୁ ନଚେତ୍‌ ଘରେ ରହି ଚିକିତ୍ସିତ ହୁଅନ୍ତୁ। ତେବେ ଯଦି ଅକ୍ସିମିଟରରେ ଅକ୍ସିଜେନ ସ୍ତର ଲଗାତର ୯୦ ତଳକୁ ଯାଉଛି ତାହେଲେ ହସ୍ପିଟାଲ ଯାଆନ୍ତୁ। ଏହାଛଡା ଯେଉଁ ଲୋକଙ୍କର ନିଶ୍ୱାସ ନେବାରେ ସମସ୍ୟା ହେଉଛି ସେମାନଙ୍କୁ କିଛି କଥାକୁ ଧ୍ୟାନରେ ରଖିବା ନିହାତି ଜରୁରୀ।

ଯଦି ଆପଣ ନିଶ୍ୱାସ ନେବାରେ ଟିକେ ବି କଷ୍ଟ ଅନୁଭବ କରୁଛନ୍ତି ତାହେଲେ ଧୂମ୍ରପାନ କରନ୍ତୁନାହିଁ। ଏହାସହିତ ସିଗାରେଟ-ବିଡି ସେବନ କରୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

ଘରେ ବ୍ୟବହାର ହେଉଥିବା କେମିକାଲରେ ପ୍ରସ୍ତୁତ ବାସ୍ନାଯୁକ୍ତ ଅଗରବତୀ କିମ୍ବା ଧୂପବତୀ ଧୂଆଁ ଠାରୁ ଦୂରତା ରକ୍ଷା କରନ୍ତୁ।

ଏକ ରିପୋର୍ଟ ଅନୁଯାୟୀ ଶରୀରରେ ଅକ୍ସିଜେନ କମ୍‌ ଦେଖାଗଲେ ଗ୍ୟାସ ଷ୍ଟୋଭ, ମହମବତୀ, ଫାୟରପ୍ଲେସ, ବିଜୁଳୀ କିମ୍ବା ଗ୍ୟାସ ହିଟର ଭଳି ଜିନିଷ ଠାରୁ ୫ ଫୁଟ ଦୂରତାରେ ରୁହନ୍ତୁ।

girlପେଟ୍ରୋଲିୟମ, ଅଏଲ, ଗ୍ରୀସ ବେସଡ କ୍ରୀମ କିମ୍ବା ଭେସେଲୀନ ଭଳି କୌଣସି ବି ପ୍ରଡକ୍ଟକୁ ଛାତି କିମ୍ବା ଶରୀରର କୌଣସି ସ୍ଥାନରେ ଲଗାନ୍ତୁନାହିଁ।
ଯଦି ଆପଣ ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି ତାହେଲେ ନିଜ ରୁମରେ କିଛି ଇଣ୍ଟୋର ପ୍ଲାଣ୍ଟ ରଖନ୍ତୁ। ଏମିତି କରିବା ଦ୍ୱାରା ଆପଣ ସବୁବେଳେଫ୍ରେସ ଏୟାର ଭିତରେ ରହିବା ସହିତ ତାଜା ତାଜା ଅନୁଭବ କରିବେ।

କିଛି ଖାସ୍‌ ଏକ୍ସରସାଇଜ ମଧ୍ୟ ଆମକୁ ତାଜା ତାଜା ଅନୁଭବ କରାଇଥାଏ। ଏମିତିରେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଏକ୍ସରସାଇଜ୍‌ ନିୟମିତ ରୂପରେ କରନ୍ତୁ।

ଶରୀରରେ ପାଣି ପର୍ଯ୍ୟାପ୍ତ ମାତ୍ରା ରହିବା ଦ୍ୱାରା ରକ୍ତରେ ଅକ୍ସିଜେନର ଅଭାବ ରହେନାହିଁ। ଏଥିପାଇଁ ଡିହାଇଡ୍ରେସନ ହେବା ଠାରୁ ଦୂରେଇ ରହିବା ପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।

ପ୍ରତିଦିନ ନିୟମିତ ରୂପରେ ମେଡିଟେସନ କରନ୍ତୁ। ନିଜ ନିଶ୍ୱାସ ଉପରେ ଫୋକସ୍‌ କରନ୍ତୁ।

ଖାଦ୍ୟରେ ସୋଡିୟମ ଡାଏଟର ସେବନ କରନ୍ତୁ। ଏମିତି ଡାଏଟ କିଡନୀ ଏବଂ ବ୍ଲଡକୁ ଯାଉଥିବା ଅକ୍ସିଜେନକୁ ବଢ଼ାଇବା କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.