ବାତ୍ୟା ପାଇଁ ୧୦ ଜିଲ୍ଲାରେ ୨ ଘଣ୍ଟା ଲକଡାଉନ ନିୟମ କୋହଳ, ଏସଆରସି ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକଡାଉନ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନକୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି )ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ କଟକଣା କୋହଳ କରାଯାଇଛି। ଏସଆରସିଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଆଜି ଓ ଆସନ୍ତାକାଲି (ମେ’ ୨୪ ଓ ୨୫ ତାରିଖ) ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଏହି ୧୦ ଜିଲ୍ଲାରେ ଲକଡାଉନ କଟକଣା ସାମାନ୍ୟ କୋହଳ ରହିବ।

ଏହି ସମୟରେ ରାସ୍ତାକଡ଼ ଦୋକାନ, ଗୋଟିକିଆ ଦୋକାନ, ଓମଫେଡ ଦୋକାନ (କେବଳ କ୍ଷୀର ବିକ୍ରି ପାଇଁ), କ୍ଷୀର ବୁଥ୍, ଦୁଗ୍ଧଜାତ ଜିନିଷ ବିକ୍ରି କରୁଥିବା ଦୋକାନ, ପାଉଁରୁଟି ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହିବ। ସେହିପରି ପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ମଧ୍ୟ ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ। ଏହା ପୂର୍ବରୁ ସାରା ରାଜ୍ୟରେ କିଣାକିଣି ପାଇଁ ସକାଳ ୭ଟାରୁ ଦିନ ୧୧ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ କୋହଳ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.