Below header

ଏଲୋପାଥି ଔଷଧ ଓ ଆଧୁନିକ ଚିକିତ୍ସାକୁ ନେଇ ବିବାଦୀୟ ବୟାନ ଦେଇ ଫସିଲେ ରାମଦେବ, ଏବେ ମାଗିଲେ କ୍ଷମା

କେନ୍ୟୁଜ୍(ବ୍ୟୁରୋ): ବିବାଦୀୟ ବୟାନ ଦେଇ ଫସିଲେ ରାମଦେବ । ଏବେ ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ । ଏଲୋପାଥି ଔଷଧ ଓ ଆଧୁନିକ ଚିକିତ୍ସା ପଦ୍ଧତିକୁ ବିରୋଧ କରି ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରଛନ୍ତି। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିବା ପରେ ମନ୍ତବ୍ୟ ପ୍ରତ୍ୟାହାର କରିଛନ୍ତି ରାମଦେବ । କହିଛନ୍ତି, ସେ କୌଣସି ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି । ତାଙ୍କ ମନ୍ତବ୍ୟକୁ ଭୁଲ୍‌ ଉପସ୍ଥାପନ କରାଯାଇଛି। ଏହାସତ୍ତ୍ୱେ ବି ବିବାଦର ଅବସାନ ଘଟାଇବାକୁ କ୍ଷମା ମାଗିଥିବା କହିଛନ୍ତି। ଡାକ୍ତର ସଂଘ ଓ ଦେଶବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ କ୍ଷମା ପ୍ରାର୍ଥନା କରିଛନ୍ତି ବାବା ରାମଦେବ।

ସୂଚନାନୁଯାୟୀ ରାମଦେବ କହିଥିଲେ, ଏଲୋପାଥି ଷ୍ଟୁପିଡ୍‌ ଓ ଦେବାଳିଆ ବିଜ୍ଞାନ । ଏହି ଔଷଧ ଖାଇବା ପରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସ୍ୱୀକୃତିପ୍ରାପ୍ତ ରେମଡେସିଭିରି, ଫାବିଫ୍ଲୁ ସମେତ ଅନ୍ୟ ଔଷଧ କରୋନା ରୋଗୀଙ୍କ ଚକିତ୍ସାରେ ବିଫଳ ହୋଇଛି ବୋଲି କହିଥିଲେ ରାମଦେବ । ରାମଦେବଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ଚେତାବନୀ ଦେଇଥିଲା ଆଇଏମଏ। ଏହାସହ ଆଇଏମଏ ପକ୍ଷରୁ ଓକିଲ ନୋଟିସ୍‌ ମଧ୍ୟ ପଠାଯାଇଥିଲା। ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖି କ୍ଷମା ମାଗିବାକୁ କହିଥିଲେ । ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛି ଆଇଏମ୍‌ଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.