Below header

ଏସିଡିଟି ହେବାର ୫ ଟି ସାଧାରଣ କାରଣ, ଜାଣନ୍ତୁ ଏଥିରୁ ମୁକୁଳିବାର କେତୋଟି ଟିପ୍ସ

ବିଭିନ୍ନ ରୋଗର ମୂଳ କାରଣ ଏସିଡିଟି । ଶରୀରରେ ବିଭିନ୍ନ କାରଣରୁ ଏସିଡିଟି ହୋଇଥାଏ । ଅଧିକାଂଶ ଲୋକ ଖାଦ୍ୟକୁ ଏସିଡିଟିର କାରଣ କହିଥାନ୍ତି । ହେଲେ କେବଳ ଖାଦ୍ୟ ନୁହେଁ ବିଭିନ୍ନ କାରଣରୁ ଏସିଡିଟି ହୋଇଥାଏ । ବେଳେ ବେଳେ କଫି ଓ ପିଆଜ-ରସୁଣରେ ପୂର୍ଣ୍ଣ ମସଲାଦାର ଖାଦ୍ୟ ମଧ୍ୟ ଏସିଡିଟିର କାରଣ ହୋଇଥାଏ । ତେବେ ଏହା ବ୍ୟତୀତ ଅନ୍ୟ କେତକ କାରଣରୁ ଏସିଡିଟି ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା ଏସିଡିଟିର କାରଣ ଓ ଏଥିରୁ ମୁକ୍ତି ପାଇବାର ଉପାୟ ।

୧. ବେଶୀ ପରିମାଣର ଖାଇବା – ଯେତେବେଳେ ଆପଣ ଗୋଟିଏ ସିଙ୍ଗଲ୍‌ ମିଲ୍‌ରେ ଅଧିକ ପରିମାଣର ଖାଦ୍ୟ ଖାଇଥାନ୍ତି ସେତେବେଳେ ଆପଣଙ୍କ ଖାଦ୍ୟ ନଳୀରେ ଏସିଡିଟି ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ ୩ଟି ବଡ ମିଲ୍‌ ନଖାଇ ଏହାକୁ ୫ଟି ଛୋଟ ଛୋଟ ମିଲ୍‌ରେ ବିଭକ୍ତ କରି ଖାଆନ୍ତୁ । ଖାଦ୍ୟକୁ ତରବରରେ ନଖାଇ ଭଲ ଭାବେ ଚୋବାଇ ଚୋବାଇ ଖାଆନ୍ତୁ ।

acidity-food

୨. ମୋଟାପଣ- ଏସିଡିଟି ସୃଷ୍ଟି ହେବାରେ ମୋଟାପଣ ଏକ କାରଣ । ତେଣୁ ଆପଣ ନିଜର ଓଜନ ହ୍ରାସ କରିବା ସହ ବ୍ୟାୟାମ ଓ ସନ୍ତୁଳିତ ଆହାର ଖାଇବାକୁ ଅଭ୍ୟାସ କରନ୍ତୁ । ଏଥିସହ ଫ୍ରାଏଡ୍‌ ଫୁଡ୍‌ ଓ କାର୍ବୋନେଟେଡ୍‌ ଡ୍ରିଙ୍କ୍ସ ଠାରୁ ଦୂରରେ ରୁହନ୍ତୁ ।

୩. ଧୂମପାନ – ଧୂମପାନ ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ ହେବା ସହ ଏହା ଶରୀରରେ ଏସିଡିଟି ସୃଷ୍ଟି କରିଥାଏ । ଟବାକୋରେ ଥିବା ନିକୋଟିନ୍‌ ଯୋଗୁ ଏସିଡିଟି ଖାଦ୍ୟ ନଳୀକୁ ଫେରିଥାଏ ଓ ଏହା ଛାତିରେ ଜ୍ୱଳନ ସୃଷ୍ଟି କରିଥାଏ ।

acidity-smoke

୪. କେତେକ ଖାଦ୍ୟ ଓ ପାନୀୟର ପ୍ରଭାବ- ଏସିଡିଟିର ମୁଖ୍ୟ ଅପରାଧୀ ହେଉଛି କେତେକ ଖାଦ୍ୟ । ତୈଳ ଜାତୀୟ ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ, ଟମାଟୋ, ପିଆଜ, ରସୁଣ, ଚକୋଲେଟ୍‌, କଫି, ଚା’, ମଦ ଓ କାର୍ବୋନେଟେଡ୍‌ ଡ୍ରିଙ୍କ୍ସ ଏସିଡିଟିର ମୂଳ କାରଣ ।
ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ କାର୍ବୋନେଟେଡ୍‌ ଡ୍ରିଙ୍କ୍ସ ବଦଳରେ ପଇଡ ପାଣି, ତରଭୁଜ ଜୁସ୍‌, ଦହି ନେଇପାରିବେ । ଯାହାକି ଆପଣଙ୍କ ପେଟରେ ଏସିଡିଟି ସୃଷ୍ଟି କରିବାକୁ ଦେବନି । ଏହାଛଡା ଖାଦ୍ୟ ଖାଇବାର ଘଣ୍ଟାଏ ପୂର୍ବରୁ ଆପଣ ଯଦି ଲେମ୍ବୁ ପାଣି ପିଇବେ ଏହା ମଧ୍ୟ ପେଟରେ ଏସିଡିଟି ସୃଷ୍ଟି କରିବାକୁ ଦେବନି ।

acidity-drinks

୫. କେତେକ ମେଡିସିନ୍‌ ଖାଇବା ଦ୍ୱାରା- ଆଜ୍‌ମା, କାଲ୍‌ସିୟମ, ଆଣ୍ଟି ଏଲର୍ଜି, ଆଣ୍ଟି ଡିପ୍ରେସାଣ୍ଟ ଓ ପେନ୍‌ କିଲ୍‌ର ଭଳି କେତେକ ମେଡିସିନ୍‌ ମଧ୍ୟ ଏସିଡିଟି ସୃଷ୍ଟି କରିଥାଏ । ତେଣୁ ଏହିସବୁ ମେଡିସିନ୍‌ ନେବା ବେଳେ ଆଣ୍ଟାସିଡ୍‌ ନେବା ଉଚିତ୍‌ ।

ଦିନଚର୍ଯ୍ୟାରେ ଉପରୋକ୍ତ କାରଣ ପ୍ରତି ଦୃଷ୍ଟି ଦେଲେ ଆପଣ ଏସିଡିଟିରୁ ମୁକ୍ତି ପାଇପାରିବେ । ଏବଂ ଏସିଡିଟି କାରଣରୁ ସୃଷ୍ଟି ହେଉଥିବା ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.