Below header

ରାୟଗଡା: ମୁନିଗୁଡା ଅମ୍ବାଦଳା ଗ୍ରାମରେ ଅଭାବନୀୟ ଘଟଣା,ଗାଈ ଚରାଇବାକୁ ଯାଇଥିବା ଯୁବକଙ୍କ ଉପରେ ବଜ୍ରପାତ,ଦୁଇ ମୃତ

କେନ୍ୟୁଜ୍(ବ୍ୟୁରୋ):  ବଜ୍ରପାତରେ ଦୁଇ ମୃତ୍ୟୁ , ଜଣେ ଆହତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମରେ । ସ୍ଥାନୀୟ ବଡ଼ ହରିଜନ ସାହିର କିଛି ଯୁବକ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିବା ସମୟରେ ପ୍ରବଳ ବର୍ଷା ଘଡଘଡି ହେବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ୩  ଯୁବକଙ୍କ ଉପରେ ବଜ୍ରାପାତ ହୋଇଥିଲା ।

ଗ୍ରାମବାସୀ ଖବର ପାଇବା ପରେ ସେମାନକୁ ଉଦ୍ଧାର କରି ୧୦୮ ଆମ୍ବୁଲେନ୍ସ  ଯୋଗେ ଅମ୍ବାଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘଷଣା କରିଛନ୍ତି ।  ଏମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ଅଛି । ମୃତ୍ୟୁ ଦୁଇ ଯୁବକ ହେଲେ ନରେଶ ସୁନା , ଅର୍ଜଲାଲ ପାଲକିଆ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶକାର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.