Below header

ନିଜ ଜୀବନରେ ଯଦି ଖୁସି ଆଣିବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ ବଦଳେଇ ଦିଅନ୍ତୁ ଏହି ସବୁ ଖରାପ ଅଭ୍ୟାସ

ଆମ ଜୀବନରେ ଦେଖାଦେଉଥିବା ଅସୁବିଧା ମାନର କାରଣ କେଉଁଠି ନା କେଉଁଠି ଆମେ ନିଜେ ହିଁ ହୋଇଥାଉ । ଦୈନନ୍ଦିନ ଜୀବନରେ ହେଉଥିବା କେତୋଟି ଭୁଲ ଆମ ନିଜ ଜୀବନ ଉପରେ ପଡୁଥିବା ବେଳେ କେତେକର କୁପ୍ରଭାବ ଆମ ପରିବାର ଲୋକଙ୍କୁ ବି ଭୋଗିବାକୁ ପଡ଼ିଥାଏ । ତେବେ ଜାଣନ୍ତୁ କଣ କଣ ସବୁ ସେହି ଭୁଲ;

ରାସ୍ତା ଉପରେ ଛେପ ପକାଇବା :

କିଛି ଲୋକଙ୍କର ଏକ ଖରାପ ଅଭ୍ୟାସ ଥାଏ । ସେମାନେ ରାସ୍ତାରେ ଯାଉଥିବା ସମୟରେ ଏଣେ ତେଣେ ଛେପ ପକେଇଥାନ୍ତି । ବାସ୍ତୁ ଦୃଷ୍ଟିରୁ ଏପରି ଅଭ୍ୟାସ ରଖୁଥିବା ଲୋକେ କେବେବି ଉନ୍ନତି କରିପାରନ୍ତି ନାହିଁ । ଏପରି ଅଭ୍ୟାସ ରଖୁଥିବା ଲୋକଙ୍କ ଜୀବନରେ କେବେ ବି ଯଶ ସମ୍ମାନ ଆସିନଥାଏ ।

happy life

ଘରେ ଅଇଁଠା ବାସନ ରଖିବା:

ଶାସ୍ତ୍ର ଅନୁଯାୟୀ ଅଇଁଠା ବାସନ ଅଧିକ ସମୟ ଧରି ରଖୁଥିବା ଲୋକଙ୍କ ଜୀବନରେ ଦିନ କୁ ଦିନ ଅବନତି ଆସିଥାଏ । ଏମାନେ ନିଜ ଜୀବନରେ ବହୁତ ଅସୁବିଧା ପରିସ୍ଥିତିର ସାମ୍ନା କରିଥାନ୍ତି । ତେଣୁ ଖାଇବା ପରେ ନିଜ ବାସନକୁ ସଂଗେ ସଂଗେ ଧୋଇଦେବା ସର୍ବତ୍ତମ ।

ଜୋତା ଚପଲକୁ ଏଣେ ତେଣେ ପକାଇବା:

କିଛି ଲୋକଥାନ୍ତି ଘରେ ପଶିବା କ୍ଷଣି ନିଜ ନିଜ ଜୋତା ଚପଲକୁ ଏଣେ ତେଣେ ପକାଇ ଦିଅନ୍ତି । ଜମା ବି ସେଗୁଡିକୁ ନିଜ ନିଜ ଜାଗାରେ ରଖନ୍ତି ନାହିଁ | କିନ୍ତୁ ବାସ୍ତୁ ଅନୁଯାୟୀ ଏହା ଏକ ଅତ୍ୟନ୍ତ ଖରାପ ଅଭ୍ୟାସ । ଧନାଭାବ କେବେ ବି ସେମାନଙ୍କ ପିଛା ଛାଡେ ନାହିଁ ।

happy life

ବାସି ବିଛଣା;

ବାସି ବିଛଣା ଅଧିକ ସମୟ ରଖିବା ବି ଖୁବ ଅଶୁଭ ହୋଇଥାଏ । ଏପରି କରୁଥିବା ଲୋକେ ଅଧିକାଂଶ ସମୟରେ ଅସ୍ତବ୍ୟସ୍ତ ରହିଥାନ୍ତି ।

ଖାଲି ହାତରେ ଘରକୁ ଯିବା :

କୁହାଯାଏ ସନ୍ଧ୍ୟା ସମୟରେ ଖାଲି ହାତରେ ଘରକୁ ଫେରୁଥିବା ଲୋକଙ୍କ ଉପରେ ମା’ଲକ୍ଷ୍ମୀ ପ୍ରସନ୍ନ ନଥାନ୍ତି । ନିଜ ପରିବାର ଲୋକଙ୍କ ଖୁସି ପାଇଁ କିଛି ନା କିଛି ଜିନିଷ ନିଜ ସହ ଘରକୁ ନେବା ଉଚିତ ।

happy life

ଘରେ ଗଛ ଲଗାଇବା:

ଘର ଚାରିପାଖରେ ତଥା ଭିତରେ ଗଛ ଲଗାଇ ସେଗୁଡିକର ଯତ୍ନ ନେବା ଘର ଉପରେ ଏକ ସୁପ୍ରଭାବ ପକାଇଥାଏ । ଗଛ ଲଗାଇ ସକାଳ ସନ୍ଧ୍ୟାରେ ସେଗୁଡିକରେ ପାଣି ଦେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.