Below header

ଫୋକସରେ ପ୍ରାଚୀନ ପୀଠର ବିକାଶ,ମନ୍ଦିର, ଲିଙ୍ଗରାଜ ମନ୍ଦିର, ମା’ ସମଲେଇଙ୍କ ପରେ ଏବେ ମାଆ ତାରାତାରିଣୀ

କେନ୍ୟୁଜ୍(ବ୍ୟୁରୋ):ଫୋକସରେ ପ୍ରାଚୀନ ପୀଠର ବିକାଶ । ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ମା’ ସମଲେଇଙ୍କ ପରେ ଏବେ ମାଆ ତାରାତାରିଣୀ । ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ଭୋରରୁ ଗଞ୍ଜାମର ପୁରୁଷୋତ୍ତମପୁର ନିକଟ ତାରାତାରିଣୀ ପୀଠକୁ ଯାଇ ମାଙ୍କ ଦର୍ଶନ କରିଥିଲେ । ମନ୍ଦିରର ବିକାଶ ନେଇ ସେବକ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ସର୍ବନିମ୍ନ ସୁବିଧାସୁଯୋଗ ରହିଛି କି ନାହିଁ ତାହା ପଚାରି ବୁଝିଥିଲେ। ଋଷିକୂଲ୍ୟା ନଦୀ କୂଳରେ ରହିଛି ତାରା ତାରିଣୀଙ୍କ ମନ୍ଦିର। ଏହାର ବିକାଶ କେମିତି କରାଯାଇପାରିବ ତାହା ଉପରେ ଆଲୋଚନା କରିଛନ୍ତି ଫାଇଭ ଟି ସଚିବ।

vk pandian

ତାରାତାରିଣୀ ମନ୍ଦିର ପରେ ହିଞ୍ଜଳି ବ୍ଲକର ପ୍ରାୟ ସମସ୍ତ ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ ଫାଇଭ ଟି ସଚିବ। ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ଫାଇଭ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଏହା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସେ। କେବଳ ଫାଇଭ ଟି ସଚିବ ନୁହଁନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଚାନକ କେନ୍ଦ୍ରାପଡା ଗସ୍ତ କରି ବିଦ୍ୟାଳୟ ନିକଟରେ ଚାଲୁଥିବା ମଦଦୋକାନକୁ ତୁରନ୍ତ ସିଲ୍‌ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତିନି ବରିଷ୍ଠ ଅଧିକାରୀଙ୍କଙ୍କ ନେତୃତ୍ୱରେ ଗଠିତ ୩ଟି ଟିମ୍‌ ଅଚାନକ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣର ଆଦିର ଅନୁଧ୍ୟାନ କରିଛନ୍ତି।

Image result for taratarini"

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡି.ଏସ କୁଟ୍ଟେ, ଅତିରିକ୍ତ ସଚିବ ରୂପାରଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ସିଏମଓର ଏହି ନୂଆ ଅନ୍ଦାଜକୁ ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.