କେନ୍ୟୁଜ୍(ବ୍ୟୁରୋ): ସ୍କୁଲ ପିଲା ପଢ଼ିବେ ସମ୍ବିଧାନ ପାଠ । ଗଣଣିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସମ୍ବିଧାନ ଦିବସ ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ପାଠ ପଢ଼ାଯିବ । ରାଜ୍ୟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ । ଏହାସହ ସ୍କୁଲରେ ସମ୍ବିଧାନ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରତି ମାସରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପିଲାମାନେ ଅଂଶଗଗ୍ରହଣ କରିବେ । ବିଭିନ୍ନ ସ୍କୁଲ ଓ ପିଲାଙ୍କ ଭିତରେ ପ୍ରତିଯୋଗିତାର ଫଟୋ ଓ ଭିଡ଼ିଓକୁ ପୁରସ୍କୃତ କରାଯିବ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।