ଅଭ୍ୟାସ ବଦଳାନ୍ତୁ, ଦହି ସହିତ କଦାପି ଖାଆନ୍ତୁ ନାହିଁ ଏହି ୬ଟି ଜିନିଷ

ସ୍ୱାସ୍ଥ୍ୟ ପାଇଁ ଦହି ବେଶ୍ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକ ନିୟମିତ ଭାବେ ଭୋଜନରେ ଦହି ସେବନ କରିଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, କିଛି ଜିନିଷକୁ ଦହି ସହିତ ସେବନ କଲେ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିପାରେ। ଆଜି ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ, ଯାହାକୁ ଦହି ସହିତ ଖାଇବା ଉଚିତ ନୁହେଁ।
୧. ଦୁଧ ଏବଂ ଦହି, ଦୁଇଟି ଯାକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହି ଦୁଇଟିକୁ କଦାପି ଏକାଠି ସେବନ କରିବା ଉଚିତ ନୁହେଁ। ଯଦି ଏକାଠି ସେବନ କରାଯାଏ, ତେବେ ଗ୍ୟାସ୍, ଏସିଡିଟି ଓ ବାନ୍ତି ଭଳି ସମସ୍ୟା ଦେଖାଦେଇପାରେ।
୨. ଦହି ସହିତ ଭୁଲରେ ବି ବିରି ଡାଲି ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ପାଚନ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ।
୩. ଦହି ସହିତ ପିଆଜ ଖାଇବା ବି ହାନିକାରକ ହୋଇଥାଏ। ଏହି ଦୁଇଟିକୁ ଏକାଠି ଖାଇଲେ ଦାଗ, ଯାଦୁ, କୁଣ୍ଡିଆ, ଏଗ୍ଜିମା, ସୋରାଇସିସ୍, ତ୍ୱଚା ଏବଂ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇପାରେ।
୪. ଆମ୍ବ ମଧ୍ୟ ଦହି ସହିତ ଖାଆନ୍ତୁ ନାହିଁ। କାରଣ, ଦୁଇଟି ଯାକର ପ୍ରଭାବ ପରସ୍ପରଠାରୁ ଅଲଗା ହୋଇଥାଏ।
୫. ଦହି ସହିତ ମାଛ ମଧ୍ୟ ଖାଇବା ଉଚିତ ନୁହେଁ। ଯଦି ଆପଣ ଦହି, ମାଛ ଖାଉଛନ୍ତି, ତ ଆପଣଙ୍କୁ ଅନେକ ପ୍ରକାରର ରୋଗ ହୋଇପାରେ। ବିଶେଷ କରି ପେଟ ସମସ୍ୟା ଉପୁଜିପାରେ।
୬. ତେଲରେ ଭଜା ହୋଇଥିବା ଜିନିଷ ସହିତ ଦହି ମଧ୍ୟ ସେବନ କରିବା ଉଚିତ ନୁହେଁ। ଲୋକେ ପରଟା ସହିତ ପ୍ରାୟତଃ ଦହି ଖାଇଥାଆନ୍ତି। କିନ୍ତୁ ଏହାଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇପାରେ।