ଆଜି ହିଁ ଘରେ ବନାନ୍ତୁ ଇମରତି, ପିତୃ ପୁରୁଷଙ୍କ ଶ୍ରାଦ୍ଧରେ ମଧ୍ୟ ଲଗାଇ ପାରିବେ ଭୋଗ

ପର୍ବପର୍ବାଣୀର ଦିନ ଆରମ୍ଭ ହୋଇଯାଇଛି ଓ କୌଣସି ବି ପର୍ବ ମିଠା ବିନା ଫିକା ଫିକା ଲାଗିଥାଏ। ସେହିପରି ଶ୍ରାଦ୍ଧ ପକ୍ଷରେ ପିତୃ ପୁରୁଷଙ୍କୁ ମିଠା ଭୋଗ ଲଗାଇବା ଭଲ ବୋଲି ମନାଯାଏ। ଆଜି ଆମେ ଆପଣଙ୍କ ପାଇଁ ଇମରତିର ରେସିପି ନେଇ ଆସିଛୁ ଯାହାକୁ ଆପଣ ଭୋଗ ଏବଂ ଖାଦ୍ୟ ଉଭୟରେ ବ୍ୟବହାର କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ:

• ୨ କପ୍‌ ବିରି ଡାଲି (ରାତି ସାରା ଭିଜା ହୋଇ ରହିଥିବା)
• ୩ କପ ଚିନି
• ଡେଢ କପ୍‌ ପାଣି
• ସାଫ୍ରନ୍‌ ରଙ୍ଗ
• ୧/୨ ଚାମୁଚ ଗୁଜୁରାତି ଗୁଣ୍ଡ
• ୫୦୦ ଗ୍ରାମ ଘିଅ

imrati2

ରୋଷେଇ କରିବା ପ୍ରଣାଳୀ:

ପ୍ରଥମେ ଭିଜା ହୋଇ ରଖାଯାଇଥିବା ଡାଲିକୁ ଧୋଇ ତାକୁ ଗ୍ରାଇଣ୍ଡ କରନ୍ତୁ ଓ ତା ଭିତରେ ରଙ୍ଗ ଗୋଳାନ୍ତୁ।ବର୍ତ୍ତମାନ ଡାଲିକୁ ଭଳ ଭାବେରେ ଫେଣ୍ଟି ଦିଅନ୍ତୁ ଏବଂ ସାମାନ୍ୟ କିଛି ଡ୍ରପ ପାଣି ପକାଇ ଏହାକୁ କିଛି ସମୟ ପାଇଁ ଅଲଗା କରି ରଖନ୍ତୁ।ଅନ୍ୟ ଏକ ପାତ୍ରରେ ପାଣି ଓ ଚିନି ପକାଇ ଲୋ ଫ୍ଲେମ୍‌ରେ ଗ୍ୟାସରେ ବସାଇ ଦିଅନ୍ତୁ।ମୋଟା ସିରାରେ ପରିଣତ ହେବା ଯାଏଁ ବସିଥିବା ଅବସ୍ଥାରେ ଏହାକୁ ବାରମ୍ବାର ଘୋଳନ୍ତୁ ।

ଏହାପରେ ଗୋଳାଇ ରଖିଥିବା ବେଟରକୁ ଏକ ନୋଜାଲ ପାଇପ ବା ଏକ କପଡାରେ କଣା କରି ସେଥିରେ ପୁରାନ୍ତୁ। ଏକ କଢେଇରେ ଘିଅ ଗରମ କରି ଲୋ ଫ୍ଲେମରେ ଏହି ବେଟରକୁ ଡିଜାଇନ କରି ପକାନ୍ତୁ। ଇମରତି ବ୍ରାଉନ କଲର ଓ କ୍ରିସପି ହୋଇଗଲା ପରେ ଏହାକୁ କାଢି ତିଆରି କରିଥିବା ସିରାରେ ପକାଇ ରଖନ୍ତୁ। ୩ ରୁ ୪ ମିନିଟ ସିରାରେ ପକାଇ ରଖିଲା ପରେ ଏହାକୁ ଛାଣି ଗରମ ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.