ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ଲାଲ ବାହିନୀ

ବାଲିଗୁଡା(କେନ୍ୟୁଜ୍): ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଗଞ୍ଜାମ କନ୍ଧମାଳ ସୀମାନ୍ତ ଚଢ଼େଇପଲି ଗାଁ ନିକଟସ୍ଥ ଲଣ୍ଡବାଲି ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ  ଗୁଳି ବିନିମୟ ହୋଇଛି ।  ଗୁଳିବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇ ନ ଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ଜଙ୍ଗଲ ମଧ୍ୟରେ  ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ କରିଛି ଏସଓଜି ଟିମ।

ସୀମାନ୍ତ ଲଣ୍ଡବାଲି ଜଙ୍ଗଲରୁ ଜୀବନ୍ତ ଗୁଳି ସହ ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, ଡିଟୋନେଟର, କିଛି ଆର୍ଟିକିଲ, ମେଡ଼ିସିନ ଓ ମାଓ ସାମଗ୍ରୀ ଜବତ ହୋଇଛି । ତେବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ମାଓବାଦୀ ଏନକାଉଣ୍ଟରରେ ସାତ ମାଓବାଦୀ ନିହତ ଓ କଳାହାଣ୍ଡି କନ୍ଧମାଳ ସୀମାନ୍ତ ସିରକି ଜଙ୍ଗଲ ରେ ଚାରି ମାଓବାଦୀ ନିହତ ପରେ କମ୍ବିଙ୍ଗ ଅପରେସନକୁ ଜାରି ରଖିଥିଲା ଏସ.ଓ.ଜି ଟିମ । ଏବେ  ମାଓବାଦୀମାନେ ଦିଗ ପରିବର୍ତ୍ତନ  କରି ଗଞ୍ଜାମ କନ୍ଧମାଳ ସୀମାନ୍ତ ଆଡେ ମୁହାଉଁଛନ୍ତି ।  ବର୍ତ୍ତମାନ ସୁଦ୍ଧା ଏସଓଜି   ଜଙ୍ଗଲ ରେ କମ୍ବିଂ ଅପେରସନ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.