Below header

୧୫ବର୍ଷ ପରେ ପୁଣିଥରେ ମଇଦାନକୁ ଫେରିବେ ଖତରନାକ୍ ବକ୍ସର ମାଇକ୍ ଟାଇସନ୍‌, ସୋସିଆଲ ମିଡ଼ିଆରେ ଦେଲେ ସୂଚନା

ପୁଣି ଥରେ ରିଙ୍ଗ୍‌ରେ ନଜର ଆସିବେ ଖ୍ୟାତନାମା ବକ୍ସର ମାଇକ୍ ଟାଇସନ୍‌ ଏବଂ ଏଥର ସେ ରୟ ଜୋନ୍ସଙ୍କ ସହ ମୁକାବିଲା କରିବେ। ଏନେଇ କାଲିଫର୍ନିଆ ଆଥଲେଟିକ୍ କମିଶନ ଟାଇସନ୍ ଏବଂ ଜୋନ୍ସଙ୍କ ମଧ୍ୟରେ ଆସନ୍ତା ମାସରେ ଥିବା ମ୍ୟାଚକୁ ଅନୁମୋଦନ କରିଛନ୍ତି । ତେବେ ଏହା କେବଳ ଏକ ପ୍ରଦର୍ଶନୀ ମ୍ୟାଚ୍ ହେବ ।  ଏହି ପୂର୍ବତନ ଚାମ୍ପିଅନମାନେ କହିଛନ୍ତି, ସେମାନେ ଏହାକୁ କେବଳ ପ୍ରଦର୍ଶନୀ ମ୍ୟାଚ୍ ଭାବରେ ବିଚାର କରୁନାହାଁନ୍ତି ବରଂ ଏହାକୁ ଗୁରୁତର ସହ ନେଉଛନ୍ତି।

tyson-0

ଏନେଇ ଗତ ଗୁରୁବାର ଦିନ ଟାଇସନ୍ ଏକ ପ୍ରେସମିଟ ରେ କହିଛନ୍ତି, “କଣ ଏହାକୁ ଆପଣ ଅସଲ ମୁକାବିଲା ବୋଲି ଭାବୁ ନାହାଁନ୍ତି କି ? ଏହା ମାଇକ୍ ଟାଇସନ ବନାମ ରୟ ଜୋନ୍ସଙ୍କ ମୁକାବିଲା। ମୁଁ ମୁକାବିଲା କରିବା ପାଇଁ ଆସୁଛି ସେ ମଧ୍ୟ ମୁକାବିଲା ପାଇଁ ଆସୁଛନ୍ତି। ବାସ ଆପଣଙ୍କର ଖାଲି ଏତିକି ଜାଣିବା ଜରୁରୀ।”

ପ୍ରମୋଟରମାନେ ଘୋଷଣା କରିଛନ୍ତି, ୫୪ ବର୍ଷିୟ ଟାଇସନ୍ ଏବଂ ୫୧ ବର୍ଷିୟ ଜୋନ୍ସଙ୍କ ମଧ୍ୟରେ ନଭେମ୍ବର ୨୮ରେ ଲାସ୍ ଆଞ୍ଜେଲସ୍ ଷ୍ଟାପଲ୍ ସେଣ୍ଟରରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ ଆଠ ରାଉଣ୍ଡର ହେବା
ସହ ପ୍ରତ୍ୟେକ ରାଉଣ୍ଡ ଦୁଇ ମିନିଟ୍ ର ହେବ ବୋଲି ଜଣାପଡ଼ିଛି |

tyson -1

ସୂଚନାଯୋଗ୍ୟ, ଟାଇସନ୍ ଗତ ଜୁନ୍ ୨୦୦୫ ରେ ଅଫିସିଆଲ୍ ମ୍ୟାଚ୍ ଖେଳିଥିଲେ ଏବଂ ପୂର୍ବତନ ହେଭିୱେଟ୍ ଚାମ୍ପିଅନ୍ ୧୯୯୬ ମସିହାରୁ କୌଣସି ଟାଇଟଲ୍ ଜିତି ନାହାଁନ୍ତି। ସେହିଭଳି ଜୋନ୍ସ ଫେବୃଆରୀ ୨୦୧୮ରେ ଶେଷ ମ୍ୟାଚ୍ ଲଢ଼ିଥିଲେ। ଆଗାମୀ ମ୍ୟାଚକୁ ନେଇ ଏହି ଦୁଇ ବକ୍ସର ପରସ୍ପରକୁ ଆଘାତ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ ବୋଲି ଆୟୋଗର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.