କରୋନା ସମୟରେ ମଧୁମେହ ରୋଗୀ ରଖନ୍ତୁ ନିଜକୁ ସତର୍କ, ମାନନ୍ତୁ ଏହି ନିୟମ

କରୋନା ଭାଇରସର ପ୍ରଭାବ ଲଗାତାର ଭାବେ ବଢ଼ିବାରେ ଲାଗିଛି । ମାସ୍କ, ସାନିଟାଇଜର ସହ ଏବେ ଭ୍ୟାକସିନ ମଧ୍ୟ ଲୋକଙ୍କୁ ଦିଆଯାଉଛି । ଶରୀରିକ ଦୂରତା ସହିତ ନିଜକୁ ସତର୍କ ରହିବା ପାଇଁ ଅନେକ ବାର୍ତ୍ତା ମଧ୍ୟ ଦିଆଯାଉଛି । ତେବେ ଏହି ସମୟରେ ମଧୁମେହ ରୋଗୀ ବେଶି ସଚେତନ ରହିବା ଆବଶ୍ୟକ । କାରଣ ଏହି ରୋଗୀଙ୍କ ଶରୀରରେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥାଏ । ଯାହା ସେମାନଙ୍କୁ କରୋନା ସଂକ୍ରମିତ କରିବାରେ ସାହାଯ୍ୟ କରିବ ।

ଏମାନଙ୍କ ଶରୀରରେ ସୁଗାର ସ୍ତର ମଧ୍ୟ କମ ଥାଏ । ତେଣୁ ଏମାନଙ୍କର ବିଶେଷ ରୂପେ ଧ୍ୟାନ ରଖିବା ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି । ତେବେ ଏମାନଙ୍କ ପାଖରେ ଦେଖାଯାଉଥିବା ବିପଦପୂର୍ଣ୍ଣ ଲକ୍ଷଣ ହେଉଛି –

43443
pc: american stroke association

. ବ୍ଲାକ ଫଙ୍ଗଲସ ଦ୍ୱାରା ସଂକ୍ରମିତ ହେବାର ଭୟ
. ନିମୋନିଆ ପ୍ରତି ବିପଦ
. ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରେ
. ହାର୍ଟ ଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା
. ଭେଣ୍ଟିଲେଟରର ଆବଶ୍ୟକତା ଅର୍ଥାତ ନିଶ୍ୱାସ ନେବାରେ ଅସୁବିଧା

ତେବେ ଏହି ରୋଗୀ ମାନେ ନିମ୍ନଲିଖିତ ନିୟମକୁ ମାନିବା ଆବଶ୍ୟକ:

. ଅଧିକ ମାତ୍ରାରେ ପାଣି ପିଅନ୍ତୁ ।
. ସକାଳ ଓ ସନ୍ଧ୍ୟା ସମୟରେ ୪୦ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ ।
. ବେଶି ସମୟ ବସନ୍ତୁ ନାହିଁ ।
. ଖାଦ୍ୟରେ ପ୍ରୋଟିନର ମାତ୍ରା ବଢ଼ାନ୍ତୁ ।
. ମୁହଁ ଓ ନାକକୁ ସ୍ପର୍ଶ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.