ଡାର୍କ ଚକୋଲେଟ, ଗ୍ରୀନ ଟି ଏବଂ ଅଙ୍ଗୁର ଖାଇବା ଦ୍ବାରା ହେବନି କରୋନା- ଗବେଷକ

ସମଗ୍ର ବିଶ୍ବ କରୋନା ଭାଇରସ ଯୋଗୁଁ ବଡ଼ ବିପଦର ସାମ୍ନା କରିଛି। ଏହି ଯୁଦ୍ଧ ଜିତିବା ପାଇଁ ସମସ୍ତେ କୋଭିଡ-୧୯ ଟିକାଙ୍କୁ ଚାହିଁ ରହିଛନ୍ତି। ଏହା ମଧ୍ୟରେ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ କୌଶଳ ଆପଣାଉଛନ୍ତି ।
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାର୍କ ଚକୋଲେଟ ଖାଇବାଦ୍ୱାରା ମଧ୍ୟ ଆମ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଗ୍ରୀନ ଟି ମଧ୍ୟ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି କରେ । ଗ୍ରୀନ ଟି ଏବଂ ଡାର୍କ ଚକୋଲେଟରେ ପ୍ରଚୁର ମାତ୍ରାରେ ଫାଇଟୋ ନ୍ୟୁଟ୍ରିଏଣ୍ଟସ୍ ରହିଥାଏ। ଏହି ନ୍ୟୁଟ୍ରିଏଣ୍ଟସ ଆମକୁ କରୋନା ଭାଇରସରୁ ସୁରକ୍ଷା ଦେଇଥାଏ ।

ଫାଇଟୋ ନ୍ୟୁଟ୍ରିଏଣ୍ଟସ ପ୍ରଭାବରେ କରୋନା ଭାଇରସ ଶରୀରକୁ ସେତେଟା ପ୍ରଭାବିତ କରି ପାରିନଥାଏ । ଫଳରେ ଜଣେ ସଂକ୍ରମିତ ହେବା ପରେ ମଧ୍ୟ ତା’ ଶରୀରରେ ସେତେଟା ଲକ୍ଷଣ ଦେଖାଯାଇନଥାଏ । ଏଣୁ ଭାଇରସ, ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶରୀରକୁ ଯାଇ ପାରିନଥାଏ ।

ଅଙ୍ଗୁରରେ ମଧ୍ୟ ଫାଇଟୋ ନ୍ୟୁଟ୍ରିଏଣ୍ଟସ୍ ଭରି ରହିଛି । ଗ୍ରୀନଟି, ଡାର୍କ ଚକୋଲେଟ ଭଳି ଅଙ୍ଗୁର ସେବନ କରୁଥିବା ବ୍ୟକ୍ତି ମଧ୍ୟ କରୋନା ଭାଇରସ ଦ୍ୱାରା ସେତେଟା ପ୍ରଭାବିତ ହୋଇ ନଥାନ୍ତି।

ଏ ସମ୍ପର୍କରେ ରିସର୍ଚ୍ଚ କରିଥିବା ଆମେରିକାର ନର୍ଥ କାରୋଲିନା ଷ୍ଟେଟ ୟୁନିଭରସିଟିର ଗବେଷକ ଡି-ୟୁ ଶିଙ୍କ ଏମିତି କହିଛନ୍ତି । ଗବେଷଣାରେ ଜଣାପଡିଛି କି, କରୋନା ଭାଇରସକୁ ରୋକିବାରେ ସଫଳ ହୋଇଛି ଡାର୍କ ଚକୋଲେଟ ଏବଂ ଗ୍ରୀନ ଟି। ଏଥିରେ ପ୍ରଚୁର ମାତ୍ରାରେ ରାସାୟନିକ ଯୌଗିକ ରହିଥାଏ, ଯାହା ଭାଇରସରେ ମୁଖ୍ଯ ଏନଜାଇମ ପ୍ରୋଟିଜକୁ ସଂକ୍ରମଣ ହେବାରୁ ବାଧା ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.