ଖାଲି ପେଟରେ କେବେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ଆଣିପାରେ ବଡ ଅସୁବିଧା

କେଉଁ ଖାଦ୍ୟ କେଉଁ ସମୟରେ ଖାଇବା କଥା, ସେ ନେଇ ସ୍ୱାସ୍ଥ୍ୟବିତମାନେ ପରାମର୍ଶ ଦେଇଛନ୍ତି | ଏମିତି କିଛି ଖାଦ୍ୟ ଅଛି ଯାହାକୁ ଆମେ ଖାଲିପେଟ ରେ ଖାଇବା କଥା ନୁହେଁ |

ସକାଳ ଜଳଖିଆ ସଭିଁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏପରି କେତେକ ଖାଦ୍ୟ ରହିଛି। ଯାହାକୁ ସକାଳେ ଖାଲି ପେଟରେ ସେବନ ଦ୍ୱାରା ପେଟ ଜନିତ ଅନେକ ସସମ୍ୟା ସୃଷ୍ଟି ହୋଇଥାଏ | ସକାଳେ ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା କି କି ଅସୁବିଧା ହୁଏ ଆସନ୍ତୁ ଜାଣିବା |

salad

– ସକାଳେ ଖାଲିପେଟରେ ମସଲା,ରାଗ,ଛଣାଛଣି ଜିନିଷ ଖାଇବା ଦ୍ୱାରା ବଦହଜମି,ପେଟରେ ଜଳାପୋଡା ଭଳି ସମସ୍ୟା ହୋଇଥାଏ |

– ଖାଲିପେଟରେ ସିଧାସଳଖ କୌଣସି ଫଳ ରସ ପିଇବା ଉଚିତ ନୁହେଁ। ଏହା ଯକୃତ ଉପରେ କୁପ୍ରଭାବ ପକାଇଥାଏ |

– ଖାଲିପେଟରେ ଦହି ଓ କଫି ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇ ଥାଏ |

– ଖାଲିପେଟରେ ନାସପାତି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ସୃଷ୍ଟି ହୋଇଥାଏ |

– ଖାଲିପେଟରେ ଖଟାଫଳ ଖାଇବା ଦ୍ୱାରା ହଜମ କ୍ର୍ରିୟା ଉପରେ କୁପ୍ରଭାବ ପକାଇଥାଏ | ଖାଦ୍ୟ ହଜମ ହେବାରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ |

– ଖାଲିପେଟରେ ସାଲାଡ କିମ୍ବା ଅନ୍ୟ କୌଣସି ପ୍ରକାର କଞ୍ଚା ପନିପରିବା ସେବନ କରିବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ପେଟରେ ଯନ୍ତ୍ରଣା ହୋଇଥାଏ |

– ବିଛଣା ତ୍ୟାଗର ୨ ଘଣ୍ଟା ମଧ୍ୟରେ ଜଳଖିଆ ସେବନ କରିବା ନିତାନ୍ତ ଆବଶ୍ୟକ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.