ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍, କହିଲେ ୟୁକ୍ରେନ ସହ ଯୁଦ୍ଧ ପାଇଁ ଦେବାକୁ ପଡିବ ବହୁ ମୂଲ୍ୟ

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ । ଅଧିକ ଆର୍ଥିକ ପ୍ରତିବନ୍ଧକ ଘୋଷଣା କଲେ ବାଇଡେନ । ୟୁକ୍ରେନ ଯୁଦ୍ଧ ପାଇଁ ଋଷକୁ ବହୁ ମୂଲ୍ୟ ଦେବାକୁ ପଡିବ । ଋଷ ବ୍ୟାଙ୍କ ମାନଙ୍କ ପୁଞ୍ଜି ବାଜ୍ୟାପ୍ତି ହେବ । ଏସବୁ ପଦକ୍ଷେପ G-7 ଓ ଅନ୍ୟ ସହଯୋଗୀ ରାଷ୍ଟ୍ର ନେବେ । ପୁଟିନ ଯୁଦ୍ଧ ଆରମ୍ଭ କଲେ, ସେ ଆକ୍ରମଣକାରୀ । ପୁଟିନ ଅନ୍ତର୍ଜାତୀୟ ନିୟମର ଖୋଲା ଉଲ୍ଲଂଘନ କରିଛନ୍ତି । ପୁଟିନ ଋଷ ସାମ୍ରାଜ୍ୟ ପୁଣି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ୟୁକ୍ରେନ ଯୁଦ୍ଧ ଲଢ଼ିବାକୁ ଆମେରିକା ସେନା ଯିବନାହିଁ । କିନ୍ତୁ NATO ସଦସ୍ୟ ଦେଶଙ୍କ ସୁରକ୍ଷା ପାଇଁ ଆମେ ସବୁ ପଦକ୍ଷେପ ନେବୁ । ନାଟୋର ସବୁ ୩୦ ଦେଶଙ୍କ ଭିତରେ ଏକତା ବଢ଼ିିଛି । ଆଜି ନାଟୋ ସଦସ୍ୟ ଦେଶଙ୍କ ବୈଠକ ବସିବ । ଆମେରିକା ନାଟୋ ଦେଶଙ୍କ ସୁରକ୍ଷା ପାଇଁ ଅଧିକ ସୈନ୍ୟ ମୁତୟନ କରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.