ଏସିଡିଟି ସମସ୍ୟା ଥିବା ବ୍ୟକ୍ତି ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଅଧିକ ବଢ଼ିପାରେ ସମସ୍ୟା

ଏସିଡିଟି ଏଭଳି ଏକ ସମସ୍ୟା ଯାହାଠୁ ରକ୍ଷା ପାଇବା ବହୁତ କଷ୍ଟ। ଯେତେବେଳେ ଏହି ସମସ୍ୟା ବହୁତ ଅଧିକ ବଢିଯାଇଥାଏ, ସେତେବେଳେ ଖାଇବା-ପିଇବା ସବୁ କଷ୍ଟକର ହୋଇପଡ଼ିଥାଏ। ଯଦି ଆପଣ ମଧ୍ୟ ଏସିଡିଟି ସମସ୍ୟା ପାଇଁ ଚିନ୍ତିତ, ତେବେ ଏହି ସମୟରେ କ’ଣ ଖାଇବା ଉଚିତ ଏବଂ କ’ଣ ନଖାଇବା ଉଚିତ ସେଥିପ୍ରତି ଧ୍ୟାନ ରଖିବା ବହୁତ ଜରୁରୀ। ଏହି କାରଣରୁ ସର୍ବଦା ଖାଇବାରେ ସନ୍ତୁଳନ ରଖବା ଉଚିତ। ତେବେ ଜାଣନ୍ତୁ ଏପରି କେଉଁ ୫ଟି ଜିନିଷ ରହିଛି, ଯାହା ଏସିଡିଟି ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଏ।

ସାରୁ
ସାରୁ ଗ୍ୟାସ୍‌ ସମସ୍ୟାକୁ ବଢାଇପାରେ। ଏହା ଏଭଳି ଏକ ପରିବା ଯାହା ଖାଇବା ଦ୍ୱାରା ଏସିଡିଟି ହେବାର ସମ୍ଭାବନା ରହିଥାଏ। ତେଣୁ ଏସିଡିଟି ସମସ୍ୟା ଥିବା ବ୍ୟକ୍ତିମାନେ ଏହି ଜିନିଷ ଖାଇବା ଅନୁଚିତ।

rajmaରାଜମା

ଯଦି ଆପଣଙ୍କୁ ରାଜମା ଚାଉଳ ସୌକ୍, ତେବେ ଏହାର ଅଧିକ ଖାଇବା ନେଇ ସାବଧାନ୍ ରୁହନ୍ତୁ। ଅଧିକ ରାଜମା ଖାଇବା, ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ବିଶେଷ ରୂପେ ଏସିଡିଟି ସମସ୍ୟା ଥିବା ବ୍ୟକ୍ତି ଏହି ଚାଉଳ ଖାଇବା ଅନୁଚିତ।

mooliମୂଳା

ଥଣ୍ଡା ଦିନେ ବଜାରରେ ପ୍ରଚୁର ପରିମାଣରେ ମୂଳା ମିଳିଥାଏ। ଅଧିକାଂଶ ଲୋକେ ଖାଦ୍ୟରେ ମୂଳାକୁ ସାଲାଡ୍ ଭାବେ ସାମିଲ୍ କରି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣଙ୍କର ଯଦି ଏସିଡିଟି ସମସ୍ୟା ରହିଥାଏ, ତେବେ କେବେ ବି ମୂଳା ସେବନ କରନ୍ତୁ ନାହିଁ। କାରଣ ମୂଳା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଯାଇପାରେ।

acidityପଣଷ

ଅଧିକାଂଶ ଲୋକେ ପଣଷକୁ ପାଚିଲା ହେଉ ବା କଞ୍ଚାରେ ରୋଷେଇ କରି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଅଧିକ ପଣଷ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦେଖାଯାଇଥାଏ। ପଣଷରେ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । କିନ୍ତୁ ଶରୀରରେ ଏହା ଗ୍ୟାସ ଉତ୍ପାଦନ ମଧ୍ୟ ବଢ଼ାଇଥାଏ। ଏହି କାରଣରୁ ଏସିଡିଟି ପୀଡିତ ବ୍ୟକ୍ତି ପଣଷ ଖାଇବା ଅନୁଚିତ।

choleଛୋଲେ

ଛୋଲେ ଭଟୁରେ ନାଁ ନେଲା ମାତ୍ରେ ହିଁ ପାଟିରୁ ଲାଳ ବୋହିଆସେ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଛୋଲେ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଅଧିକ ବଢ଼ିଯାଇଥାଏ ବୋଲି । ତେଣୁ ଯେଉଁ ଲୋକମାନଙ୍କର କବ୍ଜ(କନ୍‌ଷ୍ଟିପେସନ) ସମସ୍ୟା ରହିଥାଏ ସେମାନେ ଛୋଲେ ଖାଇବା ବିଲକୁଲ୍ ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.