Below header

ଫୁଲଡୁମେରରେ ମାଓ ପୋଷ୍ଟର, ନିୟମଗିରି ପାହାଡ ଅଞ୍ଚଳରେ ରାସ୍ତା କାମକୁ ବିରୋଧ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ ପାଦଦେଶରେ ଥିବା ଫୁଲଡୁମେର ଗାଁ ଠାରେ ଏକ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ନିୟମଗିରି ଅଞ୍ଚଳରେ ମାଓ ସଂଗଠନ ସକ୍ରିୟ ହୋଇ ବଂଶୀଧାର-ଘୁମୁସର-ନାଗାବଳୀ ଡିଭିଜନରେ ପୋଷ୍ଟର ମାରି ରାସ୍ତା କାମକୁ ବିରୋଧ କରି ଉପସ୍ଥିତ ଜାହିର କରିଛି। ଫୁଲଡୁମେର ଗାଁଠାରୁ ନିୟମଗିରି ପାହାଡ ଅଞ୍ଚଳରେ ଯଦି ରାସ୍ତା କରାଯାଏ ତେବେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି।

mao poster1ସୂଚନା ମୁତାବକ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଉକ୍ତ ପୋଷ୍ଟରରେ ବିରୋଧ କରିଥିବା ଉଲ୍ଲେଖ ରହିଛି। ବିଭିନ୍ନ ଗ୍ରାମକୁ ଯୋଗାଯୋଗ କରିବା ପାଇଁ ରାସ୍ତା ନଥିବାରୁ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଥି ନିମନ୍ତେ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ମାଓ ସଂଘଠନ। ବହୁ ରାଷ୍ଟ୍ରୀୟ କମ୍ପାନୀ ଓ ଦଲାଲ ହାତରେ ନିୟମଗିରି ପାହାଡ ଟେକିଦେବା ପାଇଁ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରି ରାସ୍ତା କାମକୁ ମାଓ ସଂଘଠନ ବିରୋଧ କରିଛି। ଅନ୍ୟପଟେ ବ୍ୟାନରେ ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ବାଘୁନା ଡିଭିଜନ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.