Below header

ଟିମ୍ ଇଣ୍ଡିଆ ସାମ୍ନାରେ ବିଶାଳ ସ୍କୋର ଲକ୍ଷ୍ଯ, ବିରାଟ ବାହିନୀଙ୍କୁ ୩୭୫ ରନ୍ ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ ମ୍ଯାଚରେ ଭାରତକୁ ୩୭୪ ରନ୍ ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ଯାଟିଂ କରିଥିଲା। ମ୍ଯାଚରେ ଓପନର ଭାବେ ଅଧିନାୟକ ଫିଞ୍ଚ ଏବଂ ସ୍ମିଥ ମିଶି ଶତକ କରିଥିଲେ। ଅଷ୍ଟ୍ରେଲିଆ ୫୦ ଓଭରରେ ୬ ୱିକେଟ ହରାଇ ୩୭୪ ରନର ଟାର୍ଗେଟ ଦେଇଛି। ଏବେ ଭାରତ ଆଗରେ ୩୭୫ ରନର ଟାର୍ଗେଟ ରହିଛି।

ପ୍ରଥମ ୧୦ ଓଭରରେ ବିନା ଉଇକେଟ ହରାଇ ଅଷ୍ଟ୍ରେଲିଆ ଟିମ୍ ୫୧ ରନ୍ କରିଥିବା ବେଳେ ଫିଞ୍ଚ ୧୨୪ ବଲ୍ ରେ ୧୧୪ ଶତକ କରି ଆଉଟ ହୋଇଥିଲେ। ସେହିପରି ୱାର୍ଣ୍ଣର ମଧ୍ୟ ୫୪ ବଲ୍ ରେ ଅର୍ଦ୍ଧଶତକ କରିଥିଲେ। ୱାର୍ଣ୍ଣର ୭୬ ବଲ୍ ରେ ୬୯ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଟିମ୍ ଇଣ୍ଡିଆ ମ୍ଯାଚ ଜିତିବା ପାଇଁ କ’ଣ କୌଶଳ ଆପଣାଉଛି, ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.