ଶୀତଦିନେ ଭୁଲ୍‌ରେ ବି କରନ୍ତୁ ନାହିଁ ଅଧିକ ମାତ୍ରାରେ ଅଦା ସେବନ, ହୋଇପାରେ ଏହି ସବୁ ଗମ୍ଭୀର ରୋଗ: ରିସର୍ଚ୍ଚ

ଲୋକେ ଶୀତଦିନେ ଅଧିକ ମାତ୍ରାରେ ଅଦା ସେବନ କରିଥାଆନ୍ତି। କାରଣ, ଏଥିରେ ଥିବା ଔଷଧୀୟ ଗୁଣ ଆମକୁ ଥଣ୍ଡା, ସର୍ଦ୍ଦି, କାଶ ଆଦି ହେବାକୁ ଦେଇ ନ ଥାଏ। ତେଣୁ ପରିବା ତରକାରୀ ହେଉ କି ଡାଲମା କିମ୍ବା ଚାହାରେ ଲୋକେ ଅଦା ପକାଇ ଖାଇବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଦାରେ ଔଷଧୀୟ ଗୁଣ ବ୍ୟତୀତ ଶରୀରକୁ କ୍ଷତି ପହଞ୍ଚାଇଲା ଭଳି ଅନେକ ତତ୍ତ୍ୱ ମଧ୍ୟ ମହଜୁଦ୍‌ ରହିଛି। ଅଦାକୁ ନେଇ କିଛି ବିଶେଷଜ୍ଞ ଦାବି କରିଛନ୍ତି ଯେ ଏହାକୁ ଅଧିକ ମାତ୍ରାରେ ସେବନ କଲେ ଆମକୁ ଗମ୍ଭୀର ରୋଗ ହୋଇପାରେ। ଆଜି ଆମେ ଆପଣଙ୍କୁ ଅଦାର କ୍ଷତି ବିଷୟରେ କହିବୁ।

୧. ସାଧାରଣତଃ ଅଦା ଯୋଗୁ ଲୋକଙ୍କର ଏସିଡିଟି ସମସ୍ୟା ହୋଇଥାଏ। ଏହାକୁ ଅଧିକ ଖାଇଲେ ଗ୍ୟାସ୍‌, ଛାତିରେ ଜ୍ୱଳନ, ଡାଇରିଆ ଆଦି ରୋଗ ମାଡ଼ି ବସିଥାଏ। ଯଦି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଅଦାକୁ ସୀମିତ ମାତ୍ରାରେ ସେବନ କରନ୍ତୁ।

୨. ଯଦି ଆପଣ ମଧୁମେହ ରୋଗୀ, ତା’ହେଲେ ଅଦାକୁ ସୀମିତ ମାତ୍ରାରେ ସେବନ କରିବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। କାରଣ, ଅଦା ଧୀରେ ଧୀରେ ଆପଣଙ୍କ ବ୍ଲଡ୍‌ ସୁଗାରକୁ କମ୍‌ କରିଦେଇଥାଏ, ଯଦ୍ଦ୍ଵାରା ଆପଣଙ୍କୁ ହାଇପୋଗ୍ଲାଇସୀମିୟା(ରକ୍ତରେ ସୁଗାର ଅଭାବ) ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.