ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାନନ୍ତୁ ଏହି ସହଜ ଘରୋଇ ଟିପ୍ସ

ମାନସିକ ଅବସାଦ ଏବେ ସମସ୍ତଙ୍କ ମଧ୍ୟରେ ରହିଛି । ଏହା କାରଣରୁ ଅନେକ ରୋଗର ମଧ୍ୟ ଶିକାର ହେଉଛନ୍ତି । ମାଇଗ୍ରେନ ସମସ୍ୟା ଏବେ ବଡ଼ ଚିନ୍ତାର କାରଣ ପାଲଟିଛି । ମାଇଗ୍ରେନ ଏକ ଏଭଳି ସମସ୍ୟା ଯାହା କେବେ ବଢ଼ି ଯାଏ ତ କେବେ କମିଯାଏ । କିନ୍ତୁ ଏହା ଘଣ୍ଟା ଘଣ୍ଟା ଧରି ରହିଥାଏ । ଯାହାଦ୍ୱାରା ବ୍ୟକ୍ତି ଜଣକର ଚିଡିବା ସ୍ୱଭାବ ଦେଖାଯାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ରହିଛି । ଯାହାକୁ ଆପଣ ମାନିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

– ସୋରିଷ ମଞ୍ଜିି ସାହାଯ୍ୟରେ ଆପଣ ଏହି ସମସ୍ୟା ଦୂର କରିପାରିବେ । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରକୁ ଅନେକ ଫାଇଦା ଦେଇଥାଏ । ଏହା କ୍ୟାନସର, ଅଲ୍ମାଇଜର ଭଳି ସମସ୍ୟାର ମଧ୍ୟ ସମାଧାନ କରିଥାଏ ।

– ସୋରିଷରେ ଫାଇବର ଗୁଣ ରହିଥାଏ, ଯାହା ପାଚନ ଶକ୍ତିକୁ ବୃଦ୍ଧି କରିଥାଏ । ଏଥିରେ ଥିବା କ୍ୟାଲୋରୀ ମୁଣ୍ଟ ବିନ୍ଧାକୁ କମ୍ କରିଥାଏ ।

9
pc: IndiaMART

– ଏଥିରେ ଥିବା ମାଗ୍ନେସିୟମ ଶରୀରରେ ଥିବା ତନ୍ତ୍ରିକା ଗୁଡିକୁ ଶାନ୍ତ ରଖିଥାଏ । ଯାହାଦ୍ୱାରା ବ୍ୟକ୍ତି ଜଣକର ମୁଣ୍ଡ ବିନ୍ଧା ସମସ୍ୟା କମ ହୋଇଥାଏ । ମାନସିକ ଅଶାନ୍ତି ଦେଖାଯାଏ ନାହିଁ ।

– ମାଇଗ୍ରେନ ରୋଗୀ ନିଜ ଡାଏଟରେ ସୋରିଷକୁ ମିଶାଇବା ଉଚିତ । ଏହା ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ ।

– ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.