୨୭ ସେକେଣ୍ଡରେ ଶିଶୁକୁ ଜନ୍ମ ଦେଇ ଏହି ମାଆ କଲା ରେକର୍ଡ, ଜଣାନ୍ତୁ କେମିତି ଥିଲା ପ୍ରସବ

କୁହାଯାଏ, ଲେବର ପେନ ଏକସାଥୀରେ କେତେଗୁଡିଏ ହାଡ଼ ଭାଙ୍ଗିବା ବରାବର ହୋଇଥାଏ। ସେଥିପାଇଁ ତ ମାଆ ହେବା କୌଣସି ବି ମହିଳାଙ୍କ ପାଇଁ ସହଜ କାମ ନୁହେଁ,, ଏହା ଦ୍ୱିତୀୟ ଜନ୍ମ ନେବା ଭଳି ହୋଇଥାଏ। କିନ୍ତୁ ୟୁକେର ଜଣେ ମହିଳାଙ୍କୁ ଏହି ଯନ୍ତ୍ରଣା ଆଦୌ ଅନୁଭବ ହୋଇନାହିଁ। କାହିଁକିନା, ସେ ମାତ୍ର ୨୭ ସେକେଣ୍ଡରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ପ୍ରସବକୁ ଦୁନିଆର ସବୁଠୁ ଦ୍ରୁତ ଡେଲିଭରି ବୋଲି କୁହାଯାଉଛି।

କେବଳ ଗୋଟିଏ ଥର ପୁସରେ ୨୯ ବର୍ଷୀୟା ସୋଫି ବୁଗ ୨୭ ସେକେଣ୍ଡରେ ଏକ ଶିଶୁକନ୍ୟାକୁ ନିଜ ଘରେ ହିଁ ଜନ୍ମ ଦେଇଛନ୍ତି। ଯଦିଓ ପୂର୍ବରୁ ତାଙ୍କର ତିନି ଛୁଆ ଅଛନ୍ତି। ରିପୋର୍ଟ ମୁତାବକ, ସେ ୩୮ ସପ୍ତାହର ଗର୍ଭବତୀ ଥିଲେ। ଅଧ ରାତିରେ ସେ ଟଏଲେଟ ବାହାରିଥିଲେ ଏବଂ ତାଙ୍କ ଛୁଆ ବହୁତ କମ ସମୟ ଭିତରେ ଏହି ଦୁନିଆକୁ ଚାଲି ଆସିଥିଲା।

ଏହି ସମୟରେ ତାଙ୍କ ୩୨ ବର୍ଷୀୟ ସ୍ୱାମୀ ଘରେ ହିଁ ଥିଲେ। ଯେତେବେଳେ ଶିଶୁର ମୁଣ୍ଡ ବାହାରୁଥିବା ସୋଫି ଅନୁଭବ କରିଥିଲେ, ତ ସେତେବେଳେ ସେ ସ୍ୱାମୀଙ୍କୁ ଡାକିଥିଲେ। ଏଥିରେ ସ୍ୱାମୀ ତାଙ୍କୁ ସାହାଯ୍ୟ କରିଥିଲେ। ସୂଚନାଥାଉ କି, ବେବି ମିଲିର ଜନ୍ମ ୨୩ ମାର୍ଚ୍ଚରେ ବାପା କ୍ରିସଙ୍କ ବାହୁରେ ହୋଇଥିଲା। ଅର୍ଥାତ କ୍ରିସ ହାତ ରଖିଥିବା ବେଳେ ଶିଶୁଟି ତାଙ୍କ ହାତକୁ ଖସିଥିଲା।