ସଲମାନଙ୍କ ଫିଲ୍ମ ‘ରାଧେ’କୁ ବ୍ୟାନ କରିବା ପାଇଁ ଟ୍ୱିଟରରେ ହାସଟ୍ୟାଗ ହେଲା ଟ୍ରେଣ୍ଡିଂ, ଦେଖନ୍ତୁ

ସଲମାନ ଖାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ରାଧେ ମୋଷ୍ଟ ୱାଣ୍ଟେଡ’ ମୁଭି ରିଲିଜ ହୋଇସାରିଛି । ଏହାକୁ ମଲ୍ଟିପଲ ପ୍ଲାଟଫର୍ମରେ ରିଲିଜ କରାଯାଇଛି । ଇଦରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଜବରଦସ୍ତ ରେସପନ୍ସ ମଧ୍ୟ ମିଳିଛି । ସୋସିଆଲ ମିଡିଆରେ ରାଧେକୁ ନେଇ ଅନେକ ଟ୍ରେଣ୍ଡସ ମଧ୍ୟ ଦେଖିବାକୁ ମିଳିଛି । ଏଥିମଧ୍ୟର କିଛି ଏମିତି ଟ୍ୟାଗ ମଧ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

ସଲମାନ ଖାନଙ୍କ ଫିଲ୍ମ ରାଧେ ଆଜି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କର ଖୁସି ଦେଖିବାର ମିଳିଥିବା ବେଳେ ଅନ୍ୟ ପକ୍ଷରେ ଏହାକୁ ବହିଷ୍କାର କରିବା ପାଇଁ ହାସଟ୍ୟାଗ ଟ୍ରେଣ୍ଡିଂ ନଜର ଆସିଛି । କେବଳ ଏତିକି ନୁହେଁ ବରଂ ୟୁଜର୍ସ ମାନେ ଏହାକୁ ବ୍ୟାନ କରିବା ପାଇଁ ଲେଖିଥିବା ବେଳେ ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଟ୍ୟାଗ କରାଯାଇଛି । ୟୁଜର୍ସଙ୍କ ଏହି ପୋଷ୍ଟରେ ଥିବା ହାସଟ୍ୟାଗ ଏବେ ଟ୍ୱିଟରରେ ଟ୍ରେଣ୍ଡିଂରେ ଚାଲିଛି ।

ତେବେ ଭାଇଜାନଙ୍କ ଏହି ଫିଲ୍ମକୁ ୟୁଏଇର ଫାଷ୍ଟ ଗ୍ଲୋବଲ ପ୍ରିମିୟରରେ ଭଲ ରେସପନ୍ସ ମିଳିଛି । ସୋସିଆଲ ମିଡିଆରେ ରାଧେକୁ ଦର୍ଶକଙ୍କ ତରଫରୁ ୫ଷ୍ଟାର ମିଳିଛି । ଏହା ଏକ ବ୍ଲକବଷ୍ଟର ଫିଲ୍ମ ରୂପେ ଦର୍ଶକଙ୍କ ମନକୁ ଜିଣିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.