କାଳିଆ ରିଟର୍ଣ୍ଣସ୍, ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଆସନ୍ତାକାଲି ଚାଷୀଙ୍କୁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ପ୍ରଦାନ କରାଯିବ କାଳିଆ ସହାୟତା ରାଶି । ୫୩ ଲକ୍ଷ କୃଷକଙ୍କୁ ମିଳିବ ୧୨ ଶହ ୭୨ କୋଟି ଟଙ୍କା ।

୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ କାଳିଆ ଯୋଜନାରେ ୫୧.୦୫ ଲକ୍ଷ ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଏଥିପାଇଁ ୨୦୧୮-୧୯ ମସିହାରେ ଚାଷୀ ସହାୟତା ଓ ପ୍ରଶାସନିକ ବ୍ୟୟ ବାବଦକୁ ୨୧୭୫.୬୬ କୋଟି ବ୍ୟୟ କରାଯାଇଛି ବୋଲି ମନ୍ତ୍ରୀ ଅରୁଣ ସାହୁ ଚଳିତ ବର୍ଷ ବସିଥିବା ବିଧାନସଭାରେ କହିଥିଲେ।

ସେହିପରି ୨୦୧୯-୨୦ ମସିହାରେ ୩୨୪୩.୦୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ପୁନଶ୍ଚ ୨୦୨୦-୨୧ ମସିହାରେ ୫୩.୫୫ ଲକ୍ଷ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ଫେବୃଆରୀ ମାସ ସୁଦ୍ଧା ୧୨୭୨.୧୯ କୋଟି ଟଙ୍କା ବ୍ୟୟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.