ଓଡ଼ିଶାରେ ବଢିବ କି ଲକ୍‌ଡାଉନ୍‌?, ନଜର ପକାନ୍ତୁ ଏହି ତଥ୍ୟ ଉପରେ

କେନ୍ୟୁଜ୍(ବ୍ୟୁରୋ): ସାରା ଦେଶ ଏବେ ଏକ ପ୍ରକାର ଲକ୍‌ଡାଉନ୍‌ ସ୍ଥିତିରେ। କେଉଁଠି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ତ କେଉଁଠି କରୋନା କର୍ଫ୍ୟୁ। ଦିଲ୍ଲୀ ସପ୍ତାହେ ସପ୍ତାହେ କରି ବଢାଇ ଚାଲିଛି ଲକ୍‌ଡାଉନ୍‌ ଅବଧି। ମହାରାଷ୍ଟ୍ର ମଧ୍ୟ ମେ ୩୧ ଯାଏ କଟକଣା ବଢାଇଛି। କର୍ଣ୍ଣାଟକ ମେ ୨୪, ରାଜସ୍ଥାନ ମେ ୩୧, ତାମିଲନାଡୁ ମେ ୨୪ ଯାଏ ଲକ୍‌ଡାଉନ ବଢାଇଛନ୍ତି। ବିହାର ଆଉ ୧୦ ଦିନ ମେ ୨୪ ଯାଏ ଲକ୍‌ଡାଉନ ଅବଧି ବଢାଇଛି। ଓଡ଼ିଶାରେ ମେ ୫ରୁ ଲାଗୁ ହୋଇଥିଲା ଲକ୍‌ଡାଉନ୍‌। ମେ ୧୯ରେ ସରୁଛି ଅବଧି। ଅନ୍ୟରାଜ୍ୟ ଭଳି ଆଗକୁ ଓଡ଼ିଶାରେ ଲକ୍‌ଡାଉନ ବଢିବ କି?

 ଆଇସିଏମ୍‌ର ମୁଖ୍ୟ ବଳରାମ ଭାର୍ଗବଙ୍କ ବୟାନ, ଯେଉଁ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି, ସେହି ଜିଲ୍ଲାଗୁଡିକରେ ଅଧିକ ୬ରୁ ୮ ସପ୍ତାହ ଲକ୍‌ଡାଉନ୍‌ ରହିବା ଜରୁରୀ। ଯଦି ପଜିଟିଭିଟି ହାର ୫ରୁ ୧୦%କୁ କମିବ ତେବେ କଟକଣା କୋହଳ କରି ହେବ। ଯଦି ଏହାକୁ ଆଧାର କରିବା ତେବେ ଓଡ଼ିଶାରେ ଲକ୍‌ଡାଉନ୍‌ ବଢିବା ସମ୍ଭାବନା ଯଥେଷ୍ଟ ଅଧିକ। କାରଣ ଓଡ଼ିଶାର ୨୭ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ।

ମେ ୬ ତାରିଖରେ ରାଜ୍ୟରେ ପଜିଟିଭିଟି ଥିଲା ୨୪ ପ୍ରତିଶତ। ଏହାପରଠାରୁ ଏହା କମି କମି ଆସି ୨୦%ରେ ପହଞ୍ଚିଛି। ମେ ୧୨ ତାରିଖରେ ରହିଛି ୨୦.୬୯ ପ୍ରତିଶତ। ଗତ ୭ ଦିନରେ ହାରାହାରି ପଜିଟିଭିଟି ରହିଛି ୨୧.୬୬%। ଅର୍ଥାତ ଏହା ଯଥେଷ୍ଟ ନୁହଁ ଲକ୍‌ଡାଉନ୍‌ରୁ ମୁକୁଳିବାକୁ।ରାଜ୍ୟର ୨୭ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ, ରେଡ୍‌ ଜୋନରେ ୨୬ ଜିଲ୍ଲା। ତେଣୁ ଓଡ଼ିଶାରେ ମେ ୧୯ରେ ସରୁଥିବା ଲକ୍‌ଡାଉନ ଅବଧି ବଢିବା ସମ୍ଭାବନା ଯଥେଷ୍ଟ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.