Below header

ନୂଆବର୍ଷରେ ଏହି ଛୋଟ ଛୋଟ ଯତ୍ନ ଜୀବନରେ ଆଣିଦେବ ବଡ ବଡ ଖୁସି

ପ୍ରତ୍ୟେକ ବ୍ୟକ୍ତି ଇଂରାଜୀ ନବବର୍ଷ୨୦୨୦କୁ ଖୋଲା ଆକାଶରେ ସ୍ୱାଗତ କରିବାକୁ ଚାହିଁଥାନ୍ତି। ଆପଣମାନଙ୍କ ସହ ମଧ୍ୟ ଯଦି ୨୦୧୯ରେ ଯାହା କିଛି ବି ଭଲ-ଖରାପ ହୋଇଛି ସେଥିରୁ କିଛି ଶିଖି ନିଜ ଜୀବନରେ ଆଗକୁ ବଢନ୍ତୁ। ଯଦି କୌଣସି ନୂଆ ସମ୍ପର୍କ ଯୋଡି ହୋଇଛି ତେବେ ତାହାକୁ ସମ୍ଭାଳି ରଖନ୍ତୁ ଏବଂ ଭାଙ୍ଗି ଯାଇଥିବା ପୁରୁଣା ସମ୍ପର୍କକୁ ନୂଆବର୍ଷରେ ପୁଣି ଥରେ ଯୋଡିବା ପାଇଁ ଚେଷ୍ଟା କରନ୍ତୁ। ନିଜ ତରଫରୁ କିଛି ଏଭଳି କିଛି ଛୋଟ ଛୋଟ ଜିନିଷର ଯନ୍ତ୍ର ନିଅନ୍ତୁ, ଯାହାଦ୍ୱାରା ବଡ ବଡ ଖୁସି ବର୍ଷସାରା ଆପଣଙ୍କ ସହ ରହିପାରିବ। ଯଦି ଏହି ନୂଆ ବର୍ଷରେ ଆପଣ ନିଜ ଇଛାରେ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି କଥା ଉପରେ ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ।

NEW YEAR-ଜୀବନରେ କୌଣସି ଜିନିଷ ପାଇବାକୁ ଚାହୁଁଥିଲେ ବନମ୍ରତା ଭାବ ରଖନ୍ତୁ।

-ନିଜ ବିଚାରକୁ ନିୟନ୍ତ୍ରଣ କରିବା ଶିଖନ୍ତୁ ।

-କଠୋର ଶଦ୍ଧ ଠାରୁ ଦୂରେଇ ରହି ବିନମ୍ର ଭାବ ରଖି କଥା କୁହନ୍ତୁ।

-ସତ୍ୟର ସର୍ବଶ୍ରେଷ୍ଠ ଅଭିନନ୍ଦନ ହେଉଛି ଏହାକୁ ଆଚରଣରେ ବ୍ୟବହାର କରନ୍ତୁ।

-ଯଦି ହାରିବାକୁ ଜିତିବାରେ ବଦଳାଇବାକୁ ଚାହୁଁଛନ୍ତି ତେବେ ନିଜ ଇଛାକୁ ପ୍ରଭୁଙ୍କ ଇଛାରେ ସାମିଲ କରିଦିଅନ୍ତୁ।

Happy-New-Year-2020-ସମ୍ମାନ ଏବଂ ପରିଶ୍ରମର ଫଳ ଡେରିରେ ମିଳିଥାଏ କିନ୍ତୁ ବହୁତ ମିଠା ହୋଇଥାଏ।

-ଯଦି କୌଣସି ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ତେବେ ସେହି ସମ୍ପର୍କରେ ସକ୍ଷାତ କରିବା ନିହାରି ଜରୁରୀ। କାରଣ ଯେପରି ଗଛ ଲଗାଇ ପାଣି ନଦେବା ଦ୍ୱାରା ଗଛ ଶୁଖିଯାଇଥାଏ ସେହିଭଳି ବନ୍ଧୁତା ସ୍ଥାପନ କରି ସମ୍ପର୍କ ନରଖିବା ଦ୍ୱାରା ମଧ୍ୟ ଏହି ସମ୍ପର୍କ ଭାଙ୍ଗିଯାଇଥାଏ।

-ବିଶେଷ ରୂପେ ନୂଆବର୍ଷରେ ନିଜ ନିଜ ଜୀବନରେ ଗର୍ବ କରନ୍ତୁ ନାହିଁ ଏବଂ ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.