କ’ଣ ଆପଣ ଚିପ୍ସ ଖାଉଛନ୍ତି କି ? ଆପଣଙ୍କୁ ପଡିବାରେ ମହଙ୍ଗା

କେବଳ ପିଲା ନୁହନ୍ତି, ବରଂ ବୟସ୍କ ଏବଂ ଯୁବପିଢି ସମସ୍ତଙ୍କୁ ଚିପ୍ସ ଖାଇବାକୁ ଭଲ ଲାଗେ। ଏବେ ବଜାରରେ ବିଭିନ୍ନ ପ୍ରକାରର ଚିପ୍ସ ମିଳୁଥିବା ବେଳେ ପିଲାମାନଙ୍କୁ ସହଜରେ କିଣି ମଧ୍ୟ ମାତାପିତା ଦେଇପାରୁଛନ୍ତି। କେବଳ ପିଲା ନୁହେଁ ବଡମାନେ ଏହାକୁ ବହୁତ ଆରାମରେ ମଧ୍ୟ ଖାଉଛନ୍ତି। ଚିପ୍ସ ବ୍ୟବସାୟ ମଧ୍ୟ ପ୍ରତିବର୍ଷ ବିଶ୍ୱସ୍ତରରେ ବଢିବାରେ ଲାଗିଛି। ପିଲାମାନେ ଚିପ୍ସକୁ ଜଳଖିଆ ଭାବେ ଖାଇବା ପସନ୍ଦ କରୁଛନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏପରି କରିବା ଦ୍ୱାରା ପିଲାମାନେ ନୁହେଁ ବରଂ ସମସ୍ତ ପାଇଁ ହାନିକାରକ ହୋଇଥାଏ। ନିୟମିତ ଚିପ୍ସ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ରୋଗ ହୋଇଥାଏ।

33

ଚିପ୍ସ ନିୟମିତ ଭାବେ ଖାଉଥିବା ପିଲାଙ୍କ ଓଜନ ଅସ୍ୱାଭାବିକ ଭାବେ ବୃଦ୍ଧି ହେଲାବେଳେ ସେମାନଙ୍କ ରକ୍ତଚାପ ବଢିଥାଏ। କେବଳ ପିଲାଙ୍କୁ ନୁହେଁ ବରଂ ବଡମାନଙ୍କୁ ହାର୍ଟଆଟାକ୍‌, କିଡନୀ ଜନିତ ରୋଗ, ରକ୍ତଚାପ ଭଳି ରୋଗ ଆପଣଙ୍କୁ ହୋଇପାରେ। ଏହାକୁ ଖାଇବା ଦ୍ୱାରା ହୃଦରୋଗ, କର୍କଟ ତଥା ମଧୁମେହ ହେବାର ଆଶଙ୍କା ସର୍ବାଧିକ ରହିଥାଏ।

ଏହାସହ ପଢ଼ନ୍ତୁ ; ଘରେ ପ୍ରସ୍ତୁତ କରନ୍ତୁ ଚିଲ୍ଲୀ ଏଗ୍‌

98

ଶରୀରରେ କୋଲେଷ୍ଟ୍ରୋଲର ପରିମାଣ ବଢିବା ସହ ମାନସିକ ରୋଗ ହେଉଥିବାର ଆମେରିକାର ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଅଧିକାଂଶ ଚିପ୍ସ ଡିପ୍‌ ଫ୍ରାଏ ହୋଇଥିବା ଯୋଗୁଁ ଅଧିକ ତେଲ ଶୋଷି ଥାଏ। ଯାହା କୋଲେଷ୍ଟ୍ରୋଲ ବଢାଇବାରେ ସହାୟକ ହୋଇଥାଏ।

ଅଧିକ ପରିମାଣରେ ଚିପ୍ସ ଖାଇଲେ ମସ୍ତିଷ୍କ ଠିକ୍‌ ଭାବରେ କାର୍ଯ୍ୟ କରେ ନାହିଁ। ଅବସାଦ ରୋଗ ହେବା ସହ ଖାଦ୍ୟ ହଜମ ମଧ୍ୟ ହୋଇ ନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.