Below header

ବୁଦ୍ଧିମାନ ଲୋକେ ବେଶିି ଦୁଖି କାହିଁକି, କାରଣ କଣ

ଦୁନିଆରେ କେତେ ପ୍ରକାରର ଲୋକେ ଅଛନ୍ତି । ଆଉ ସେହି ଲୋକଙ୍କ ଭିତରେ ରୂପ ରଙ୍ଗ ଗୁଣରେ ମଧ୍ୟ ଅସମାନତା ଥାଏ । କିନ୍ତୁ ବର୍ତ୍ତମାନର ସମୟରେ ଏଭଳି କିଛି କଥା ରହିଛି ଯାହାର ବଶବର୍ତ୍ତୀ ହୋଇ ଲୋକେ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି । ଯେମିତିକି ଏବେର ସମୟରେ ଲୋକଙକ୍‌ ମଧ୍ୟରେ ବିଶେଷ ଭାବରେ ସବୁ ଭଲର ଭୂତ ଚଢିଛି । ଆଉ ଏହି ଭଲର ପ୍ରଭାବ କିଛି ଲୋକଙ୍କ ଉପରେ ଏମିତି ପଡେ ଯେ ସେଥିରୁ ବାହାରି ପାରନ୍ତିନି ଅନେକ । ଆଉ ସେହିମାନେ ହିଁ ପ୍ରକୃତରେ ବୁଦ୍ଧିମାନ ଲୋକେ । ସେହିମାନେ ହିଁ ଜୀବନରେ ଆଗକୁ ବଢିଥାନ୍ତି । କିନ୍ତୁ ସବଠୁ ଦୁଖରେ ବି ରହିଥାନ୍ତି । ହେଲେ କାହିଁକି ସବୁପାଇ ବି ଦୁଖରେ ରହନ୍ତି ଜାଣିବା ।

ଏମିତି ଲେକେ ଅଧିକ ଭାବନ୍ତି

ଯେଉଁ ଲୋକ ଅଦିକ ବୁଦ୍ଧିମାନ ହୋଇଥାନ୍ତି ସେମାନେ ଅଦିକ ଭାବିଥାନ୍ତି । ସେମାନେ ପରିସ୍ଥିତି ଓ ସମସ୍ୟାକୁ ନେଇ ସାଧାରଣ ଲୋକଙ୍କଠାରୁ ଅଦିକ କଥା ଭାବିବାର କ୍ଷମତା ରଖନ୍ତି । ଯାହା ଫଳରେ ସେମାନଙ୍କ ମୁଣ୍ଡରେ ବହୁତ ସାରା କଥା ଓ ଚିନ୍ତାର ଜାଲ ତିଆରି ହୋଇଥାଏ ।

ସେମାନେ ସବୁବେଳେ କିଛି ନା କିଛି କଥାକୁ ନେଇ ଖୋଜି ହେଉଥାନ୍ତି

ଯେଉଁଲୋକେ ବୃୁଦ୍ଧିମାନ ହୋଇଥାନ୍ତି ସେମାନେ ନିଜ ଜୀବନରେ ସନ୍ତୁଷ୍ଟ ନଥାନ୍ତି ଓ ସବୁବେଳେ ଭଲ ସମ୍ଭାବନାକୁ ଖୋଜି ହେଉଥାନ୍ତି । ସେ ତେଣିକି ଜୀବନ ସହ ଯୋଡି ହୋଇଥାଉ ଅଥବା ରୋଜଗାର ସହ । ଖାସକରି ସାଧାରଣ ଜିନିଷ ଆଉ ଅତି ସାଧାରଣ କଥାରେ ବି ମୁଣ୍ଡ ଖରାପ ହୋଇଥାଏ । କାରଣ ସେମାନଙକ୍‌ୁ କିଛି ନୂଆ ଜାଣିବାର କିମ୍ବା ଶିଖିବାର ଇଚ୍ଛା ନଥାଏ ।

ସେମାନେ ସବୁବେଳେ କାମ କଥା ହେବାକୁ ପସନ୍ଦ କରନ୍ତି

ସେମାନେ କୌଣସି ଏମିତି ଲୋକକୁ ପାଖରେ ପାଇଥାନ୍ତି ଯିଏ ସେମାନଙ୍କ କଥା ଶୁଣେ ଆଉ ବୁଝେ । କାରଣ ସେମାନେ ଏମିତି ନିଜେ ହୋଇଥାନ୍ତି । ସେମାନେ ଏମିତି କିଛି ଯଦି ଅନ୍ୟଙ୍କ ସହ କରୁଛନ୍ତି ତେବେ ବିପରୀତ ଭାବେ ଅନ୍ୟଙ୍କ ଠାରୁ ସମାନ ଆଶା ରଖନ୍ତି । ଯଦି ଏହା ହୁଏନି ତେବେ ତାଙକ୍‌ୁ ଖରାପ ଲାଗେ । ତେଣୁ ସେମାନେ ଦୁଖି ହୋଇଯାଆନ୍ତି । ସେମାନଙ୍କୁ ପ୍ରସଙ୍ଗର ବିଶ୍ଳେଷଣ କରିବା ଓ ଭିତରକୁ ଯିବା ପସନ୍ଦ । ଯାହା ସମସ୍ତଙ୍କ ପାଖରେ ଚଳେ ନାହିଁ ।

ଅନ୍ୟଙ୍କଠାରୁ ସେମାନଙ୍କୁ ବେଶୀ ଆଶା ଅପେକ୍ଷା ରହିଥାଏ

ସବୁବେଳେ ଏହା ଭାବିଦିଅନ୍ତି କି କେଉଁଥିରୁ ସେମାନଙ୍କୁ ଫାଇଦା ମିଳିବ । ଆଉ ଯଦି ସେମାନଙ୍କୁ ଏତେ ଫାଇଦା ହୋଇନଥାଏ ଯେତିକି ସେମାନେ ଆଶା କରିଥାନ୍ତି ତେବେ ସେମାନେ ଦୁଖି ହୋଇଯାନ୍ତି । କିନ୍ତୁ ଏକଥା ଏଇଠି ସରିଯାଏନି । କାରଣ ସେମାନେ ଖୋଜିଥାନ୍ତି ସେହି ଲୋକକୁ କି କାହା ପାଇଁ ଏମିତି ହେଲା ଆଉ ତାକୁ ନେଇ ସେମାନେ ଦୁଖି ହୋଇଥାନ୍ତି ।

ସେମାନେ ନିଜ ଉପରେ ବି ଟିପଣୀ ଦେଇଥାନ୍ତି

ବୁଦ୍ଧିମାନ ଲେକଙ୍କୁ ବୁଝିବାର ଗୁଣ ସହ ଏତେ ଲଗାବ ଥାଏ କି ସେମାନେ ନିଜକୁ ବି ବୁଦ୍ଧିମାନ ଭାବନ୍ତି ନାହିଁ । ନିଜକୁ ହେୟ ଜ୍ଞାନ କରନ୍ତି । ତା ସହ ସେମାନେ ନିଜ ବିଷୟରେ ଭାବି ଭାବି ବହୁତ ଅଧିକ ସମୟ ଖର୍ଚ୍ଚ କରିଥାନ୍ତି । ଏହାର କାରଣ ସେମାନେ ସବୁବେଳେ ନିଜ ପାଖରେ ଥିବା ଅଭାବକୁ ଭାବିହେଉଥାନ୍ତି । ଏମିତିକିନିଜ ବିଷୟରେ ଯେତେ ଭାବିବାକୁ ଲାଗନ୍ତି ନିଜ ବିଷୟରେ ନିଜ ବ୍ୟକ୍ତିତୂକୁ ନେଇ ସେତେ ଖରାପ ଚିନ୍ତାଧାରା ଆସିଥାଏ । ଯାହା ତାଙ୍କ ଦୁଖର ଗୋଟେ ବଡ କାରଣ ବନିଯାଏ ।

ବୁଝିବା ଲୋକ ବା ବୁଦ୍ଧିମାନ ଲୋକଙ୍କ ମଧ୍ୟରେ ମାନସିକ ରୋଗର ସମ୍ଭାବନା ଥାଏ

ଏକ ଷ୍ଟଡି ହିସାବରେ ବୁଦ୍ଧିମାନ ଲୋକଙ୍କୁ ମନୋବିଜ୍ଞାନି ସମସ୍ୟା ଅଧିକ ଥାଏ । ପ୍ରାୟ ଦେଖାଯାଏ କି ଏମିତି ମାନସିକ ରୋଗ ବୁଦ୍ଧିମାନ ଲୋକହ୍କ ମଧ୍ୟରେ ବହୁତ ଦେଖିବାକୁ ମିଳିଥାଏ । ଯାହାର ନାଁ ବାଇପୋଲର ଡିଜଅର୍ଡର । ଲୋକଙ୍କ ମଧ୍ୟରେ ହେଉଥିବା ସମସ୍ୟା କିମ୍ବା କୌଣସି ଏଭଳି ଡିଜଅର୍ଡର ଏହି ବୁଦ୍ଧିମାନ ଲୋକଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ ।

ତେବେ ଦର୍ଶକବନ୍ଧୁ ଏଭଳି ଚିନ୍ତାଧାରା ଥିଲେ ତ ସେହି ମଣିଷ ନିଶ୍ଚୟ ଦୁଖ ପାଇବ । ତେଣୁ ନିଜକୁ ଖୁସି ରଖିବାକୁ ପ୍ରଥମେ ନିଜେ ହିଁ ଚେଷ୍ଠା କରନ୍‌ୁ । ସବୁ ପରିସ୍ଥିତିରେ ଖୁସି ରହିବାକୁ ପଣ ନିଅନ୍ତୁ । ତେବେ ଯାଇ ଅନ୍ୟ ସବୁଥିରୁ ଆପଣ ଖୁସି ପାଇବେ । ନଚେତ ସବୁବେଳେ ଏମିତି ହିଁ ଚାଲିଥିବ । ତେଣୁ ଆଶା, ନିଜକୁ ସୁଧାରିବେ ଆଉ ନିଜର ଖୁସିକୁ ଯିବାକୁ ନଦେଇ ଦୁଖକୁ ଭଗାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.